ଓଡିଶାଲାଇଭ୍ ବ୍ୟୁରୋ![]()
ନବରଙ୍ଗପୁର ପଲିଟେକ୍ନିକ ଟିଏମସିରୁ ଜଣେ ବିଏସଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଏନେଇ ବିଏସଏଫ୍ ପକ୍ଷରୁ ରବିବାର ନବରଙ୍ଗପୁର ଥାନାରେ ଅଭିଯୋଗ କରାଯାଇଛି।
ଫେରାର ଯବାନଜଣଙ୍କ ଗତ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରର ବୋଲି ସୂଚନା ମିଳିଛି। ଗତ ଜୁନ ୨୪ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜୁନ ୩୦ ତାରିଖରେ ସୁସ୍ଥ ହେବା ପରେ ତାଙ୍କୁ ଟିଏମସିରେ ରଖାଯାଇଥିଲା। କିନ୍ତୁ ସମ୍ପୃକ୍ତ ଯବାନ ଜୁଲାଇ ୧୦ ତାରିଖରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଫେରାର ଯବାନଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ସନ୍ଧାନ ଜାରି ରଖିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯବାନଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।
The post ନବରଙ୍ଗପୁର ଟିଏମସିରୁ ବିଏସଏଫ୍ ଯବାନ ଫେରାର appeared first on OdishaLIVE.