Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅନୁପମ ଖେରଙ୍କ ମାଆଙ୍କ ସମେତ ପରିବାରର ୪ ସଦସ୍ୟ କରୋନା ପଜିଟିଭ୍

$
0
0

ଓଡିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ଅନୁପମ ଖେରଙ୍କ ମା’ ଏବଂ ଭାଇଙ୍କ ସମେତ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଅନୁପମ ରବିବାର ଟୁଇଟ୍ କରି ସୂଚନା ଦେଇଛନ୍ତି।

ଅନୁପମ ଟୁଇଟ୍ କରିଥିବା ଏହି ଭିଡିଓରେ କହିଛନ୍ତି ଯେ ତାଙ୍କ ମାଆ ଦୁଲାରୀ ଦେବୀଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଥିଲା। ତାଙ୍କୁ ଭୋକ ହେଉନଥିଲା ଏବଂ ସେ ସବୁବେଳେ ଶୋଇ ରହୁଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ନିଜ ମାଆଙ୍କର ରକ୍ତ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ସବୁ କିଛି ଠିକ୍ ଥିବା ଜଣାପଡ଼ିଥିଲା।

ଏହାପରେ ସିଟି ସ୍କାନ କରାଯାଇଥିଲା। ଏହି ପରୀକ୍ଷା ସମୟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ସେ ଅଳ୍ପ ମାତ୍ରାରେ କରୋନାରେ ଆକ୍ରାନ୍ତ ବା ମାଇଲ୍ଡ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି।CGU newଅନୁପମଙ୍କ ମାଆ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଅନୁପମ ଏବଂ ତାଙ୍କ ଭାଇ ରାଜୁ ମଧ୍ୟ କରୋନା ଟେଷ୍ଟ କରାଇଥିଲେ। ଏଥିରେ ରାଜୁଙ୍କ ରିପୋର୍ଟ ମାଇଲ୍ଡ କୋଭିଡ୍ ପଜିଟିଭ୍ ଆସିଥିବାବେଳେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ରାଜୁଙ୍କ ସ୍ତ୍ରୀ ଏବଂ ପୁଅଝିଅଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏଥିରେ ରାଜୁଙ୍କ ପତ୍ନୀ ଏବଂ ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ରାଜୁଙ୍କ ପୁଅ ନେଗେଟିଭ୍ ବୋଲି ଜଣାପଡ଼ିଛି।

The post ଅନୁପମ ଖେରଙ୍କ ମାଆଙ୍କ ସମେତ ପରିବାରର ୪ ସଦସ୍ୟ କରୋନା ପଜିଟିଭ୍ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images