Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ – ଜୁନ୍ ଶେଷ ବେଳକୁ ଦେଢ଼ ଲକ୍ଷ ଆକ୍ରାନ୍ତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରସ୍ପର ବିରୋଧରେ ନଲଢ଼ି କରୋନା ବିରୋଧରେ ଲଢ଼ିବରାକୁ ପଡ଼ିବ – ଅରବିନ୍ଦ କେଜରିୱାଲ।

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହୋଇଯାଇଛି। ପ୍ରତିଦିନ ହଜାର ହଜାର ନୂଆ କେସ୍‌ ସାମ୍ନାକୁ ଆସୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଚିନ୍ତା ବଢ଼ି ଯାଇଛି। ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ଏବଂ ସମସ୍ତଙ୍କୁ ନିୟମ ମାନିବାକୁ ପଡ଼ିବ।

‘‘ଆଗାମୀ ଦିନରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବ। ଜୁନ୍ ୧୫ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ଥିବା ବେଳେ ଜୁନ୍ ୩୧ ବେଳକୁ ଦେଢ଼ ଲକ୍ଷ ଆକ୍ରାନ୍ତରେ ପହଞ୍ଚି ଯାଇଥିବ। ଏଥିପାଇଁ ଅଧିକ ବେଡ୍‌ ଆବଶ୍ୟକ ପଡ଼ିବ। ପ୍ରାୟ ୮୦ ହଜାର ବେଡ୍‌ ଦରକାର ପଡ଼ିବ। ଏଥିପାଇଁ ଆମେ ହୋଟେଲ କିମ୍ବା ଅନ୍ୟ କେଉଁଠି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛୁ’’, କହିଛନ୍ତି କେଜରିୱାଲ।

ସେ ଆହୁରି କହିଛନ୍ତି ଯେ, କରୋନା ଲଢ଼େଇକୁ ଜନଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ।

‘‘ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି ଆମ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳ ଦିଲ୍ଲୀରେ ବାହାରୁ ଆସୁଥିବା ଲୋକଙ୍କ ଚିକିତ୍ସା କରିବାକୁ କହିଛନ୍ତି। ଏହାକୁ ବିରୋଧ ନକରି ଆମକୁ ଗ୍ରହଣ କରିବାକୁ ପଡ଼ିବ। କରୋନା ବେଳେ ଏହାକୁ ନେଇ ଆମେ ଲଢ଼େଇ କରିବାକୁ ଚାହୁଁନୁ। ଦିଲ୍ଲୀ ଏବଂ ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ଅଧିକ ବେଡ୍‌ର ଆବଶ୍ୟକତା ରହିଛି’’, କହିଛନ୍ତି କେଜରିୱାଲ।

ଦିଲ୍ଲୀରେ ଏକେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିଛି। ଏହାକୁ ନେଇ ଏବେ ବେଡ୍‌ ସଙ୍କଟ ଦେଖାଦେଇଛି।

The post ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ – ଜୁନ୍ ଶେଷ ବେଳକୁ ଦେଢ଼ ଲକ୍ଷ ଆକ୍ରାନ୍ତ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images