ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ରବିବାର କେନ୍ଦ୍ର ସରକାର ଲକଡାଉନ୍ କଟକଣାରେ କେତେକ କୋହଳ ନୀତି ଆପଣେଥିଲା। ଯେଉଁଥିରେ ରାତି ୯ଟାରୁ ଭୋର୍ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଥିଲା। ହେଲେ ଓଡ଼ିଶାରେ କିନ୍ତୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି।
ଲକଡାଉନ କଟକଣାକୁ ନେଇ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସେବା ବନ୍ଦ ରହିବ ବୋଲି କହିଛନ୍ତି। ଏଥିସହ ପୂର୍ବଭଳି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଏହାବାଦ୍ ଗର୍ଭବତୀ ସ୍ତ୍ରୀ ଲୋକ ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ବାହାରେ ଯିବା ଆସିବାକୁ ରାଜ୍ୟ ସରକାର ବାରଣ କରିଛନ୍ତି। ଜରୁରୀ ନଥିଲେ ଏମାନେ ବାହାରେ ନବୁଲି ଘରେ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
The post ଓଡ଼ିଶାରେ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ, ବୁଲିବା ଉପରେ କଟକଣା appeared first on OdishaLIVE.