Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11872

ଏଣେ କରୋନା ମହାସମର, ତେଣେ ବାତ୍ୟା ଯୁଦ୍ଧ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଏ ଏକ ବିଚିତ୍ର ପରିସ୍ଥିତି। ଗୋଟିଏ ପଟେ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା ବେଳେ ଅପର ପଟେ ବାତ୍ୟା ମୁକାବିଲା ସରକାରଙ୍କୁ ଚିନ୍ତାରେ ପକାଇଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଓଡିଶା ସରକାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛନ୍ତି। ବିଶେଷ କରି ବିକଳ୍ପ ଆଶ୍ରୟ ସ୍ଥଳୀ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବା ସକାଶେ ଏହି ବାର ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି।

କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅନୁଷ୍ଠାନ ଓ ଘର କ୍ଵାରେଣ୍ଟିନ୍‌ ଲାଗି ବ୍ୟବହାର କରାଯାଉଥିବା ବେଳେ ବାତ୍ୟା ପୀଡ଼ିତଙ୍କୁ ଆଣି କୋଉଠି ଥୋଇବେ ତାହା ଜିଲ୍ଲାପାଳମାନଙ୍କ ନିଦ ହଜେଇ ଦେଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ସୁଦ୍ଧା ଲଘୁଚାପ ପ୍ରଣାଳୀଟି ଅବପାତର ରୂପ ନେବ ଓ ରବିବାର ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବ। ରବିବାର ଦିନ ପର୍ଯ୍ୟନ୍ତ ଅମ୍ଫାନ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ। କିନ୍ତୁ ତା ପରେ ଏହା ଗତି ବଦଳାଇବ। ଯେହେତୁ ବଙ୍ଗୋପସାଗର କୂଳରେ ଏହା ମାଡ଼ କରିବ ସେହି କାରଣରୁ ଓଡ଼ିଶା ସରକାରଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡୁଛି। ମେ’ ମାସରେ ବାତ୍ୟା ଲଗାତାର ଦୁଇ ବର୍ଷ ଧରି ଅନୁଭୂତ ହେଉଛି।

ଏହି ବାତ୍ୟା ଓଡ଼ିଶାରେ କେତେ କ୍ଷତି କରିବ ତାହା ଅବଶ୍ୟ ଏବେଠାରୁ କହିବା କଷ୍ଟ। କିନ୍ତୁ ଜିଲ୍ଲାପାଳମାନେ ବାତ୍ୟା ପ୍ରସ୍ତୁତିରେ ଯେମିତି ଢ଼ିଲା ନଦେବେ ସେଥିପାଇଁ ସେମାନଙ୍କୁ ସତର୍କ କରି ଦିଆଯାଇଛି। ଯେଉଁମାନଙ୍କୁ ତଳୁଆ ଅଞ୍ଚଳ ଓ ସମୁଦ୍ର ତଟରୁ ଅନ୍ୟତ୍ର ନିଆଯିବ ସେମାନଙ୍କ କ୍ଷେତ୍ରରେ ସୋସିଆଲ ଡିଷ୍ଟାନ୍ସିଂ ବି ରକ୍ଷା କରିବା ପାଇଁ ହେବ। ଏଠି ହିଁ ସମସ୍ୟା ଓ ଏହାକୁ କୁହାଯାଏ ଡବଲ ମାଡ଼।

ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ଏହି ବାତ୍ୟା କ୍ଷତି ସାଧନ କରିପାରେ।ଏ ଣୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସବୁ ଥଇଥାନ କେନ୍ଦ୍ରର ଦାୟିତ୍ୱରେ ସରପଞ୍ଚ ଓ ଶିକ୍ଷକମାନେ ରହିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

କରୋନା ପରିଚାଳନା ପାଇଁ ଓଡିଶା ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଆଗରୁ ଦେଇ ସାରିଛନ୍ତି। ସେମାନେ ସେହି କ୍ଷମତାକୁ ବାତ୍ୟା ପରିଚାଳନା ପାଇଁ ମଧ୍ୟ ବ୍ୟବହାର କରିବେ।

ଏସଆରସି ପ୍ରଦୀପ ଜେନାଙ୍କ କହିବା ଅନୁଯାୟୀ ବାତ୍ୟାର ଗତି ଏଯାଏଁ ନିର୍ଦ୍ଦିଷ୍ଟ ଭାବେ ଆକଳନ କରାଯାଇନାହିଁ। ଏହାର ଲ୍ୟାଣ୍ଡଫଲ୍‌ ଉତ୍ତର ଓଡ଼ିଶାରେ ହୋଇପାରେ, ଦକ୍ଷିଣ ପଶ୍ଚିମବଙ୍ଗର କୌଣସି ଏକ ସ୍ଥାନରେ ହୋଇପାରେ ଅଥବା ବାଂଲାଦେଶରେ ବି ହୋଇପାରେ। କିନ୍ତୁ କେତେବେଳେ କ’ଣ ହେବ ତାହା କହିବା କଷ୍ଟ। ଗତ ବର୍ଷ ଫନି ହଠାତ ତା ଗତି ପଥ ବଦଳାଇ ପୁରୀରେ ଅଚାନକ ଲ୍ୟାଣ୍ଡଫଲ କରିବା ଯୋଗୁଁ ଓଡ଼ିଶାର ବହୁ କ୍ଷତି ସାଧନ ହୋଇଥିଲା। ଏବର୍ଷ ବି ସେହି ଭୟ ସମସ୍ତଙ୍କୁ ଘାରିଛି।

The post ଏଣେ କରୋନା ମହାସମର, ତେଣେ ବାତ୍ୟା ଯୁଦ୍ଧ appeared first on OdishaLIVE.


Viewing all articles
Browse latest Browse all 11872

Latest Images

Trending Articles



Latest Images