ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି କରୋନା ଖବର ବିଷୟରେ କୁହାଯାଇଛି।
ଓଡ଼ିଶାରେ କରୋନା
- ଜଗତସିଂହପୁରେ ଚିହ୍ନଟ ହେଲେ ୪ ଜଣ କରୋନା ଆକ୍ରାନ୍ତ।
- ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି।
- ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି।
- ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ୭୭ ବର୍ଷୀୟ ଆକ୍ରାନ୍ତ ମୃତ।
- ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୭,୪୫୪ ନମୁନା ପରୀକ୍ଷା ହୋଇଛି।
- ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେଣି ୬୧ ଜଣ ଆକ୍ରାନ୍ତ।
- ରାଜ୍ୟରେ ଏବେ ବି ୧୨୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
ବିଶ୍ୱ ଓ ଦେଶରେ କରୋନା
- ଭାରତରେ ବର୍ତ୍ତମାନ ସୁଦ୍ଧା ୧୨,୭୬,୭୮୧ ନମୁନା ପରୀକ୍ଷା ହୋଇଛି।
- ଭାରତରେ କରୋନା ପଜିଟିଭ୍ ସଂଖ୍ୟା ୪୯,୪୩୧କୁ ବୃଦ୍ଧି।
- ଦେଶରେ କରୋନା କବଳରୁ ସୁସ୍ଥ ହେଲେଣି ୧୪,୧୮୨ଜଣ ଆକ୍ରାନ୍ତ।
- ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି।
- ଭାରତରେ ଏବେ ବି ୩୩,୫୧୪ ସକ୍ରିୟ କରୋନା ଆକ୍ରାନ୍ତ।
- ବିଶ୍ୱରେ କରୋନା ପଜିଟିଭ୍ ସଂଖ୍ୟା ୩୭,୪୧, ୨୭୬କୁ ବୃଦ୍ଧି।
- ବିଶ୍ୱରେ କରୋନାରେ ପ୍ରାଣ ହରାଇଛନ୍ତି ୨,୫୮,୫୧୧ ଜଣ ଲୋକ।
ଓଡ଼ିଶା ଆସିଲେଣି ୩୫ ହଜାର ପ୍ରବାସୀ ଓଡ଼ିଆ
- ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୫,୫୪୦ ଜଣ ଲୋକ ଅନ୍ୟ ରାଜ୍ୟରୁ ଫେରିଛନ୍ତି।
- ମଙ୍ଗଳବାର ୭୪୫୧ ଜଣ ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରିଛନ୍ତି।
- ରାଜ୍ୟରେ କରୋନା ମୁକାବିଲା ପାଇଁ ୧୧,୩୨୮ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗଠନ କରାଯାଇଛି।
- ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବାକୁ ସରକାରଙ୍କ ଆହ୍ୱାନ।
The post ୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ ପୂରା ସୂଚନା appeared first on OdishaLIVE.