ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ।
ସନ୍ଧ୍ୟା୭ଟାରୁ ସକାଳ ୭ଟା ଯାଏଁ ସବୁ ଦୋକାନ ବଜାର ବନ୍ଦ ରହିବ। ଗତକାଲି ପୋଳିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟୁଇଟ୍ କରି ସନ୍ଧ୍ୟା ୭ଟାରୁ କେହି ଘରୁ ନବାହାରିବାକୁ କହିଥିଲେ।
ଗତ ୪ ତାରିଖରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏହି ନିୟମ ମେ’ ୧୭ ଯାଏଁ ବଳବତ୍ତର ରହିବ।
The post ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା appeared first on OdishaLIVE.