Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ ଯେତିକି ନୁହେଁ, ସ୍କୁଲ, ବନ୍ଧୁ ଏବଂ ସଂପର୍କୀୟଙ୍କଠାରୁ ଦୂରରେ ରହିବା ଯୋଗୁ ଏଭଳି ଲାଗୁଛି। କିନ୍ତୁ ମନେ ରଖନ୍ତୁ ଆପଣ ଏକୁଟିଆ ନୁହନ୍ତି, ବହୁ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ମାନସିକ ଭାବେ ଫିଟ୍ ରହିବା ଲାଗି ବିଭିନ୍ନ ପ୍ରକାର ସୃଜନାତ୍ମକ କାମ କରିପାରିବେ। ଏହା ଆପଣଙ୍କୁ ବର୍ତ୍ତମାନର ସ୍ଥିତି ସହ ମୁକାବିଲା କରିବା ଲାଗି ସକାରାତ୍ମକ ଭାବନା ଆଣିଦେବ।

child care
ଚିତ୍ର ଆଙ୍କନ୍ତୁ: ଆପଣଙ୍କ ମନର ଭାବନାକୁ ଚିତ୍ର ବା କାର୍ଟୁନ ମାଧ୍ୟମରେ ପ୍ରକାଶ କରନ୍ତୁ। ତାକୁ ସେୟାର କରି ବର୍ତ୍ତମାନର ଲକଡାଉନ୍ ସମୟରେ ମଧ୍ୟ ଅନ୍ୟମାନଙ୍କ ସହ ଯୋଗାଯୋଗରେ ରହିପାରିବେ। ବିଶେଷକରି ଯୁବଗୋଷ୍ଠୀଙ୍କ ପାଇଁ ଏହା ଖୁବ୍ ସହାୟକ ହୋଇପାରିବ। ଚିତ୍ରରେ ଆପଣ ପରସ୍ପରକୁ ସହଯୋଗ କରିବା, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିବା, କ୍ୱାରେଣ୍ଟାଇନରେ ରହିବେ କିପରି ଏବଂ ନିଜର ମାନସିକ ସ୍ୱାସ୍ଥ୍ୟର ଯତ୍ନନେବା ପ୍ରଭୃତିକୁ ପରିପ୍ରକାଶ କରିପାରିବେ। ଯଦି ଆପଣଙ୍କର ବୟସ ୧୩-୨୪ ବର୍ଷ ମଧ୍ୟରେ ହୋଇଥାଏ ତା’ହେଲେ ଏଭଳି ଚିତ୍ର ଆଙ୍କି ୟୁନିସେଫର ୱେବସାଇଟ୍‌କୁ ପଠାଇପାରିବେ।

ନିଜର କାହାଣୀକୁ ସେୟାର କରନ୍ତୁ: ଯେତେବେଳେ ଆମେ କୌଣସି ସମସ୍ୟାର ସାମ୍ନା କରନ୍ତି ସେତେବେଳେ ପ୍ରଥମେ ଆମ ମନ ତା’ ଦ୍ୱାରା ପ୍ରଭାବିତ ହୋଇଥାଏ। ପୁଣି ସେହି ମନକୁ ଦୃଢ଼ କଲେ ହିଁ ସମାନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଭଳିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା ଲାଗି ନିୟମିତ ଭାବେ କିଛି ଅଭ୍ୟାସ କରନ୍ତୁ। ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ରୁଟିନ୍‌କୁ ପାଳନ କରନ୍ତୁ। ସକାଳୁ ଉଠନ୍ତୁ। ଗାଧୋଇ ସାରି ଅଫିସ୍‌କୁ ଯିବା ଭଳି ପୋଷାକ ପିନ୍ଧନ୍ତୁ। ବିଛଣାକୁ ପରିଷ୍କାର କରି ଭାଙ୍ଗନ୍ତୁ, ଘର ସଫା କରନ୍ତୁ। ବ୍ୟାୟାମ କରିବା ଜାରି ରଖନ୍ତୁ। ଯଦି ପ୍ରାଣାୟମ କରୁଥାନ୍ତି ତା’ ହେଲେ ତାକୁ ଜାରି ରଖିପାରିବେ। ଘରେ ଯେଉଁ ସ୍ଥାନକୁ ୱାର୍କ ସ୍ପେସ୍ ଭାବେ ବ୍ୟବହାର କରୁଥିବେ ସେହି ସ୍ଥାନକୁ ସଫା କରି ନିଅନ୍ତୁ। କଫି ପିଇବା କମ୍ କରନ୍ତୁ। କାରଣ ଏଥିରେ ଥିବା କାଫେଇନ୍ ଆପଣଙ୍କର ଅବସାଦର କାରଣ ପାଲଟିବ।

quarantine

ବନ୍ଧୁ ଓ ପରିବାର ଲୋକଙ୍କୁ ଭିଡିଓ କଲ୍ କରି କଥା ହୁଅନ୍ତୁ। ସାରା ଦିନ ସୋସାଲ ମିଡିଆରେ ବ୍ୟସ୍ତ ରୁହନ୍ତୁ ନାହିଁ। ଯଦି ଆପଣଙ୍କୁ ଅବସାଦର କିଛି ଲକ୍ଷଣ ଅନୁଭବ ହେଉଥାଏ ତା’ ହେଲେ ଜଣେ ଅନଲାଇନ୍ ଥେରାପିଷ୍ଟ କିମ୍ବା କାଉନସିଲରଙ୍କ ସହ ପରାମର୍ଶ କରନ୍ତୁ। ସବୁବେଳେ ସକରାତ୍ମକ ଭାବନାକୁ ସୋସାଲ ମିଡିଆରେ ପୋଷ୍ଟ କରିବାକୁ ଉଦ୍ୟମ କରନ୍ତୁ। ଆପଣଙ୍କର ସେହି ପୋଷ୍ଟ ହୁଏତ ଅନ୍ୟମାନଙ୍କୁ ମାନସିକ ଅବସାଦରୁ ରକ୍ଷା ପାଇବାରେ ସହାୟକ ହୋଇପାରିବ।photographyଫଟୋଗ୍ରାଫି କରନ୍ତୁ: ଲକଡାଉନ୍ ସମୟରେ ଫଟୋଗ୍ରାଫି ଆପଣଙ୍କର ମାନସିକ ଅବସାଦକୁ ବହୁ ପରିମାଣରେ କମ୍ କରିଦେଇପାରିବ। ୫ ବା ୧୦ ସେକେଣ୍ଡର ସେହି ପରିଶ୍ରମ ଆପଣଙ୍କୁ ମାନସିକ ଭାବେ ଅତ୍ୟନ୍ତ ଫିଟ୍ ରଖିପାରିବ। ଅନଲାଇନରେ ଏବେ କୋଭିଡ୍‌-୧୯ ଫଟୋଜ୍ ଫର ଟିନ୍‌ସ ନାମକ ଏକ ଗ୍ରୁପ୍ ଗଠିତ ହୋଇଛି। ସେଠାକୁ ନିଜର ଫଟୋ ପଠାଇ ପାରିବେ। ଏହାଛଡ଼ା କିଛି ପ୍ରେରଣାଦାୟୀ ଫଟୋକୁ ପ୍ରତଦିନ ନିଜର ସୋସାଲ ମିଡିଆ ଏକାଉଣ୍ଟରେ ପୋଷ୍ଟ କରନ୍ତୁ।

The post କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images