Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭାରତରେ କରୋନା – ୨୪ ଘଣ୍ଟାରେ ୪୭୨ ଆକ୍ରାନ୍ତ, ୧୧ ମୃତ

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୭୨ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ୧୧ଜଣ ଲୋକ ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି। ରବିବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଏଥିସହ ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୭୪ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ସାରା ଭାରତ ବର୍ଷରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଗତକାଲି ଏହା ୬୮ ଥିବାବେଳେ ମାତ୍ର ୨୪ଘଣ୍ଟା ମଧ୍ୟରେ ଆଉ ୧୧ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।

ସେହିଭଳି ଭାରତରେ ବର୍ତ୍ତମାନ ସୁଦ୍ଧା ୨୬୭ ଜଣ ଲୋକ କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ସାରା ଦେଶରେ ଥିବା ୨୭୪ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ବମିଖାଲ ଅଞ୍ଚଳର ଯୁବକ ହୋଇଥିବାବେଳେ  ଆଉ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।

The post ଭାରତରେ କରୋନା – ୨୪ ଘଣ୍ଟାରେ ୪୭୨ ଆକ୍ରାନ୍ତ, ୧୧ ମୃତ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images