Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ମୁକାବିଲା ଲାଗି ଜି-୨୦ ରାଷ୍ଟ୍ର ଦେବେ ୫ ଲକ୍ଷ କୋଟି ଡଲାର

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମାହାମାରୀ ଏବେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଏଥିରୁ ମୁକୁଳିବା ପାଇଁ ସାରା ବିଶ୍ୱ ଉପାୟ ଖୋଜୁଥିବା ବେଳେ ଜି-୨୦ ରାଷ୍ଟ୍ର ବଡ଼ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ଜି-୨୦ ରାଷ୍ଟ୍ର ସମୂହ ୫ ଲକ୍ଷ କୋଟି ଡଲାର ଦେବେ ବୋଲି ଘୋଷଣା କରିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ ଦେଶର ରାଷ୍ଟ୍ର ମୁଖ୍ୟମାନେ ଏକାଠି ହୋଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଥିଲେ। କରୋନାର ସ୍ଥିତି ସମୀକ୍ଷା କରିବା ସହ ଏହାର ମୁକାବିଲା କେମିତି କରାଯିବ ସେନେଇ ଆଲୋଚନା କରାଯାଇଥିଲା।

କରୋନା ପ୍ରଭାବରେ ସାରା ବିଶ୍ୱର ଅଭିବୃଦ୍ଧି ହାର କମିବାର ସମ୍ଭାବନା ଥିବାରୁ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନ ସ୍ଥିତିରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଜି-୨୦ ରାଷ୍ଟ୍ରମାନେ ୫ ଲକ୍ଷ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ।

The post କରୋନା ମୁକାବିଲା ଲାଗି ଜି-୨୦ ରାଷ୍ଟ୍ର ଦେବେ ୫ ଲକ୍ଷ କୋଟି ଡଲାର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images