Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଲକ୍‌ଡାଉନ୍‌ ପରେ ସ୍ଥିତି ଅସମ୍ଭାଳ –ଗୁରୁବାରଠୁ କଟକ ଛତ୍ରବଜାରକୁ ବାଇକ୍ ମନା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରେ କଟକ ଛତ୍ର ବଜାରରେ ସ୍ଥିତି ଅସମ୍ଭାଳ।

କଟକ: ସବୁ କିଛି ସ୍ୱାଭାବିକ ଥିଲା। ଯାହାର ଯେତିକି ଦରକାର ସେହି ଅନୁଯାୟୀ ବା ତାଠାରୁ ସ୍ୱଳ୍ପ ମାତ୍ରାରେ ଅଧିକ କିଣୁଥିଲେ। କିନ୍ତୁ ଲକଡାଉନ୍ ୨୧ଦିନ ବୃଦ୍ଧି ହେବା ପରେ ପରିସ୍ଥିତି ଜଟିଳ ହୋଇପଡିଥିଲା। ବିକଳ ହୋଇ ଲୋକେ ସାମଗ୍ରୀ  କିଣିବାକୁ ଲାଗିଥିଲେ। ସକାଳୁ ସନ୍ଧ୍ୟା ଯାଏଁ ମାଲଗୋଦାମ, ଛତ୍ରବଜାର ଭଳି ବିଭିନ୍ନ ମାର୍କେଟରେ ଭିଡ଼ ହୋଇଥିଲା। ବିକଳ ହୋଇ ଲୋକେ ଆଖିବୁଜା କିଣିଥିଲେ। ଏହାକୁ ନେଇ ବ୍ୟବସାୟୀ ନାକେଦମ୍ ହୋଇଥିଲେ।

ଉକଡାଉନରେ କଟକ ସହରରେ ପୋଲିସ୍ କଡ଼ା ପହରା ଦେଇଥିଲା। ଛକ, ବଜାରରେ ବ୍ୟାରିକେଡିଂ କରି ଚେକିଂ ଜୋର୍ଦାର କରିଥିଲା। ଅଯଥାରେ ବୁଲୁଥିବା କିଛି ଲୋକଙ୍କ ଉପରେ ପୋଲିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା।

ଗତ ତିନି ଦିନ ତୁଳନାରେ ବୁଧବାର ସୁରକ୍ଷା ବ୍ୟବସ୍ଥା ଥିଲା ହୁଗୁଳା। ଯାହାଫଳରେ ସକାଳୁ ସନ୍ଧ୍ୟା ଯାଏଁ ବଜାର ଘାଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଲୋକେ ଏଣେ ତେଣେ ଯାଉଥିଲେ। ବିଶେଷକରି ମାଲଗୋଦାମ ଓ ଛତ୍ରବଜାର ସ୍ଥିତି ଅସମ୍ଭାଳ ଥିଲା। ଗୋଟିଏ ଗୋଟିଏ ଦୋକାନ ସମ୍ମୁଖରେ ବହୁ ଲୋକେ ରୁଣ୍ଡ ହୋଇଥିଲେ।

ବ୍ୟବସାୟୀଙ୍କୁ ପୋଲିସର କଟକଣା ଥିବାରୁ ସେମାନେ ଲୋକଙ୍କୁ ବୁଝାଇଥିଲେ ବି ତା’ର କିଛି ପ୍ରଭାବ ପଡିନଥିଲା। ଯାହାଫଳରେ ବ୍ୟବସାୟୀମାନେ କିଛି ସମୟ ପାଇଁ ବ୍ୟବସାୟ କରିବେ ନାହିଁ ବୋଲି କହିଥିଲେ। ପ୍ରାୟ ସବୁ ଦୋକାନରେ ଏଭଳି ସ୍ଥିତି ଉପୁଜିଥିଲା। ଗୋଟିଏ ପଟରେ ପ୍ରଶାସନିକ କଟକଣା ଏବଂ ଅନ୍ୟପକ୍ଷରେ ଖାଉଟି ବିକଳ ହେବା ଯୋଗୁଁ ବ୍ୟବସାୟୀ କଣ କରିବେ କିଛି ଜାଣି ପାରିନଥିଲେ। ବାଧ୍ୟ ହୋଇ ବ୍ୟବସାୟୀମାନେ ବ୍ୟବସାୟୀ ସଂଘ ନିକଟରେ ଅଭିଯୋଗ କରିଥିଲେ।

ଏହାକୁ ନେଇ ସଂଘ ତରଫରୁ ପ୍ରଶାସନକୁ ଜଣାଇ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଶାସନ ତରଫରୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯାଇ ବଜାରର ବିଭିନ୍ନ ଦୋକାନ ସମ୍ମୁଖରେ ସର୍କଲ୍ ବା ଗୋଲାକାର କରାଯାଇଛି। ଗୁରୁବାରଠାରୁ ଲୋକେ କଟକଣା ଭିତରେ ରହି ସାମଗ୍ରୀ କିଣିବେ କୁହାଯାଇଛି। ଛତ୍ରବଜାର ଭିତରକୁ ବାଇକ୍ ମନା କରାଯାଇଛି।

ଏନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ‘‘୨୧ଦିନ ଲକଡାଉନ୍ ବଢିବା ପରେ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଯାହାଫଳରେ ବିକଳ ହୋଇ ଆବଶ୍ୟକତାରୁ ଢେର ଅଧିକ କିଣିନେଉଛନ୍ତି। ଯାହାଫଳରେ ବ୍ୟବସାୟୀ ହଇରାଣ ହେଉଛନ୍ତି। ତେଣୁ ଖାଉଟିଙ୍କୁ ଅନୁରୋଧ ସେମାନେ ନିଜ ସୁରକ୍ଷିତ ରହିବା ସହିତ ବ୍ୟବସାୟୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ମାଲ୍ ସରିବାର କୌଣସି ସମ୍ଭାବନା ନାହିଁ। ଫଳମୂଳ ଏବଂ ପନିପରିବା ସାମଗ୍ରୀ ଯଥେଷ୍ଟ ମାତ୍ରାରେ ମହଜୁଦ ରହିଛି।’’

The post ଲକ୍‌ଡାଉନ୍‌ ପରେ ସ୍ଥିତି ଅସମ୍ଭାଳ – ଗୁରୁବାରଠୁ କଟକ ଛତ୍ରବଜାରକୁ ବାଇକ୍ ମନା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images