Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏପ୍ରିଲ ୧୪ ଯାଏଁ ସାରା ଦେଶରେ ଗଡ଼ିବନି ଟ୍ରେନ୍‌

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ଟ୍ରେନ୍‌ ବାତିଲର ଅବଧିକୁ ବଢ଼ାଇଛନ୍ତି।

ଭାରତୀୟ ରେଳ ମନ୍ତ୍ରାଳୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି। ଟ୍ରେନ୍‌ ବାତିଲର ଅବଧିକୁ ବଢ଼ାଇ ଦିଆଯାଇଛି। ଏପ୍ରିଲ ୧୪ ତାରିଖ ଯାଏଁ  ଦେଶରେ କୌଣସି ଟେନ୍‌ ଗଡ଼ିପାରିବ ନାହିଁ ବୋଲି ରେଳ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି।

କରୋନା ପାଇଁ ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଟ୍ରେନ୍‌ ସେବା ବାତିଲ କରାଯାଇଥିଲା। ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନିଆ ‘ଲକଡାଉନ’ ଘୋଷଣା କରିଥିବାରୁ ରେଳ ମନ୍ତ୍ରାଳୟ ମଧ୍ୟ ଟ୍ରେନ୍‌ ସେବାକୁ ଏପ୍ରିଲ ୧୪ ଯାଏଁ ବାତିଲ କରିଛି।

ପାସେଞ୍ଜର, ମେଲ୍‌ ଏକ୍ସପ୍ରେସ୍‌, ସୁବୁରବାନ ଟ୍ରେନ୍‌, ମେଟ୍ରୋ ଟ୍ରେନ୍‌ ଏପ୍ରିଲ ୧୪ ଯାଏଁ ଗଡ଼ିପାରିବନି ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କେବଳ ମାଲବାହୀ ଟ୍ରେନ୍‌ ଉପରେ କୌଣସି କଟକଣା ନାହିଁ।

The post ଏପ୍ରିଲ ୧୪ ଯାଏଁ ସାରା ଦେଶରେ ଗଡ଼ିବନି ଟ୍ରେନ୍‌ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images