Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11872

ଏଥର ରଙ୍ଗ ବଜାରରୁ ଉଡ଼ିଗଲା ରଙ୍ଗ

$
0
0

ଓଡ଼ିଶାଲାଇଭ ବ୍ୟୁରୋ

ହୋଲି ସମସ୍ତଙ୍କ ଜୀବନକୁ ରଙ୍ଗମୟ କରିଥାଏ, ହେଲେ ଏଥର ହୋଲି ବଜାରକୁ ରଙ୍ଗହୀନ କରିଦେଇଛି କୋରୋନା। ଚୀନରୁ ଆସିଥିବା ଏହି ଭାଇରସ ଧିରେ ଧିରେ ଭାରତରେ ବ୍ୟାପିବାରେ ଲାଗିଛି। ତେଣୁ ସରକାର ହୋଲି ଖେଳକୁ ନେଇ କେତେକ କଟକଣା ଜାରି କରିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଯାହା ରଙ୍ଗବଜାରକୁ ଘାଟାରେ ପକାଇଦେଇଛି।

ହୋଲି ଖେଳିବା ଦ୍ୱାରା କୋରୋନା ଭାଇରସ ବ୍ୟାପିବା ଭୟରେ ଲୋକମାନେ ରଙ୍ଗ କିଣିବା ତ ଦୂରର କଥା, ରଙ୍ଗର ପାଖ ମଧ୍ୟ ମାଡୁନାହାନ୍ତି। ଫଳରେ ରଙ୍ଗ ବଜାର ଏବେ ଜନଶୂନ୍ୟ ହୋଇଯାଇଛି।

ବିକ୍ରି ହେଉନି ଚାଇନା ରଙ୍ଗ

କୋରୋନା ଭାଇରସ୍‌ ପ୍ରଭାବ ହୋଲି ବଜାରରେ ଦେଖିବାକୁ ମିଳିଛି। ଏଥର ହୋଲିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଡିସେମ୍ବର ମାସରୁ ଚୀନରୁ ଆସୁଥିବା ରଙ୍ଗ ଅବିର ଓ ପିଚିକାରୀ କିଣିଥିଲେ। ତେବେ  ଲୋକେ ଚୀନରୁ ଆସିଥିବା ଏହି ରଙ୍ଗ ଅବିର ଓ ପିଚିକାରୀ କିଣିବାକୁ ମୁହଁ ଫେରାଉଛନ୍ତି। ଏହା ବଦଳରେ ଲୋକେ ଆୟୁର୍ବେଦିକ କିମ୍ବା ହର୍ବାଲ ହୋଲି କିଣିବାକୁ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ୯୦ ପ୍ରତିଶତ ଲୋକେ ଭାରତୀୟ ରଙ୍ଗ ଅବିର କିଣୁଛନ୍ତି।

ପୁର୍ବରୁ ହୋଲି ପର୍ବରେ ଚୀନ ରଙ୍ଗଠାରୁ ଦୁରେଇ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏ ବାବଦରେ ସୋସିଆଲରେ ମିଡିଆରେ ବାର୍ତ୍ତା ଭାଇରାଲ ହୋଇଥିଲା। ସେହିପରି ଚୀନରୁ ଆସୁଥିବା ସମସ୍ତ ପ୍ରକାର ସାମଗ୍ରୀ ଉପରେ କଣକଣା ଜାରି କରାଯାଇଛି। ଏଥର ବଜାରରେ ହୋଲି ରଙ୍ଗ ପରିବର୍ତ୍ତେ ସାନିଟାଇଜର ଜିନିଷ ଚହିଦା ଅଧିକ ରହିଛି।

ରଦ୍ଦ ହେଉଛି ହୋଲି ମିଳନ ପର୍ବ

କୋରୋନା ଭାଇରସ ଭୟାବହତା ହୋଲି ମିଳନ ପର୍ବରେ ବି ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ହେବାକୁ ଥିବା ମିଳନ ପର୍ବ ରଦ୍ଦ କରାଯାଉଛି। ମିଳନ ପର୍ବ ପାଇଁ ବିଭିନ୍ନ ସ୍ଥାନ ବୁକିଂ କରାଯାଇଥିଲା। ତେବେ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଏହି ସବୁ ସ୍ଥାନର ବୁକିଂକୁ ବନ୍ଦ କରି ଦିଆଯାଇଛି।

ସତର୍କ ରହିବାକୁ ପରାମର୍ଶ

ଲୋକମାନେ ସତର୍କତାର ସହ ଓ ସୁରକ୍ଷିତ ସହକାରେ ହୋଲି ପାଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ହୋଲି ସମୟରେ ପରସ୍ପରକୁ ହାତ ନମିଳାଇବା, ସାବୁନରେ ହାତ ଧୋଇବା, ମୁହଁରେ ରଙ୍ଗ ନମାରିବା ଭଳି ଅନେକ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ଲୋକମାନେ ମଧ୍ୟ ହୋଲିକୁ ନେଇ ଏବର୍ଷ ସେତେଟା ଉତ୍ସାହିତ ନଥିବା ଭଳି ମନେ ହେଉଛି। କୋରୋନା ଭାଇରସ ବ୍ୟାପୁଥିବା ଦେଖି ଲୋକମାନେ ହୋଲିରୁ ଏଥର ବିଶ୍ରାମ ନେଇଛନ୍ତି।

The post ଏଥର ରଙ୍ଗ ବଜାରରୁ ଉଡ଼ିଗଲା ରଙ୍ଗ appeared first on OdishaLIVE.


Viewing all articles
Browse latest Browse all 11872

Latest Images

Trending Articles



Latest Images