Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଗାଡ଼ି ଚାଳକ, ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା ଆଦାୟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ଜୋରଦାର ହୋଇ ଟ୍ରାଫିକ ଧରପଗଡ଼। ନିୟମ ଭାଙ୍ଗି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ଧରୁଛି ପୋଲିସ। ଟ୍ରାଫିକ ନିୟମ ନମାନି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ୨୪ ଘଣ୍ଟା ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ କୋଟିଏ ଟଙ୍କାର ଜରିମାନା ଆଦାୟ ହୋଇଛି।

ଦ୍ୱିତୀୟ ଦିନରେ ଜଣେ ନାବାଳକ ସ୍କୁଟି ଚଳାଉଥିବାରୁ ତାଙ୍କଠାରୁ ୪୩ ହଜାର ଟଙ୍କାର ଚାଲାଣ କଟା ଯାଇଛି। ନାବାଳକ ହୋଇଥିବାରୁ ୨୫ ହଜାର, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ୧୦ ହଜାର, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର ଏବଂ ହେଲମେଟ୍‌ ପିନ୍ଧି ନଥିବାରୁ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି।

ସେହିପରି ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌ ଜବତ ହୋଇଛି। ଜବତ ହୋଇଥିବା ବସ୍‌କୁ ୫୧ ହଜାର ଟଙ୍କାର ଜରିମାନା କଷାଯାଇଛି। ରେଜିଷ୍ଟ୍ରେସନ ଏବଂ ଫିଟ୍‌ନେସ୍‌ ସାର୍ଟିଫିକେଟ ନଥିବାରୁ ୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ପରମିଟ୍‌ ନଥିବାରୁ ୧୦ ହଜାର ଟଙ୍କାର ଚାଲାଣ କଟା ଯାଇଛି।

ସେହିପରି ଏକ ସ୍କୁଲ ଭ୍ୟାନଠାରୁ ୩୭ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି। ବରଗଡ଼ରେ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଛନ୍ତି। ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ପାଇଁ ଚାଲାଣ କଟାଯାଇଛି।

ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କଠାରୁ ଚାଲାଣ କଟାଯାଇଥିବା ବେଳେ ବାଇକରେ ୩ ଜଣ ଯାଉଥିବାରୁ ୧୨୬ ଜଣ ଧରାପଡ଼ିଛନ୍ତି। ଗାଡ଼ି ଚଳଶିବା ବେଳେ ମୋବାଇଲ ବ୍ୟବହାର ଯୋଗୁଁ ୪୮ ଜଣ ଏବଂ ବିନା ହେଲମେଟରେ ୧୮୩୧ ଜଣ ଧରାପଡ଼ିଛନ୍ତି।

ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ୨୭୭ ଜଣ, ମଦ ପିଇ ଗାଡ଼ି ଚଳାଉଥିବାରୁ ୨୪ ଜଣ, ବିନା ସିଟ୍‌ ବେଲ୍ଟରେ ଗାଡ଼ି ଚଳାଉଥିବାରୁ ୩୪୯ ଜଣଙ୍କଠାରୁ ଚାଲାଣ କଟାଯାଇଛି।

The post ଟ୍ରାଫିକ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଗାଡ଼ି ଚାଳକ, ୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା ଆଦାୟ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images