Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପୁଣି ଘୁଞ୍ଚିଲା ଫାଶୀ, କୋର୍ଟ ବାହାରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଫାଶୀ ଘୁଞ୍ଚାଇବା ପରେ ନିର୍ଭୟାଙ୍କ ମା’ ଆଶାଦେବୀ କାନ୍ଦି ପକାଇଛନ୍ତି।

‘‘କାହିଁକି ବାରମ୍ବାର ଫାଶୀ ଘୁଞ୍ଚୁଛି ? କୋର୍ଟ କାହିଁକି ଏତେ ସମୟ ନେଉଛନ୍ତି? ଏହା ଆମ ନ୍ୟାୟିକ ବ୍ୟବସ୍ଥାର ବିଫଳତା। ଆଇନ ଦୁଷ୍କର୍ମକାରୀଙ୍କ ସପକ୍ଷରେ ଯାଉଛି। ମୋର ଏବେ ବି ଯଥେଷ୍ଟ ଧୈର୍ଯ୍ୟ ରହିଛି” କୋର୍ଟ ବାହାରେ କାନ୍ଦି କାନ୍ଦି ଏହା କହିଛନ୍ତି ନିର୍ଭୟାଙ୍କ ମା’।

ତୃତୀୟ ଥର ପାଇଁ ନିର୍ଭୟାଙ୍କ ଦୋଷୀଙ୍କ ଡେଥ ୱାରେଣ୍ଟ ଉପରେ ରୋକ ଲାଗିଛି। ଏହାପରେ ଭାଙ୍ଗି ପଡିଛନ୍ତି ନିର୍ଭୟାଙ୍କ ମାଆ ଆଶାଦେବୀ। ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ହେଲା କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଆଶାଦେବୀ।
‘‘କ’ଣ ଏତେ ଅଚଳ ଆମ ନ୍ୟାୟିକ ବ୍ୟବସ୍ଥା ? ଆଜି ବି ମୋ ଭଳି ଅନେକ ମାଆ ନ୍ୟାୟ ପାଇଁ କୋର୍ଟଙ୍କ ରାୟକୁ ଅନାଇ ବସିଛନ୍ତି। ଝିଅକୁ ଦେବା ପାଇଁ ମୋ’ ଆଖିରୁ ଲୁହ ଶୁଖୁନି’’, କହିଛନ୍ତି ନିର୍ଭୟାଙ୍କ ମା’।

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ ପ୍ରସ୍ତୁତ ହୋଇ ରହିଥିଲା। ମଙ୍ଗଳବାର ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ। ହେଲେ ଏଥିରେ ରୋକ୍‌ ଲାଗିଛି।

ତୃତୀୟ ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ଦୋଷୀ ପବନ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଆଜି ପୁଣି ପବନ ରାଜକ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ଏହାକୁ ଖାରଜ କରିଦେବାରୁ ଦୋଷୀମାନଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବା ନିଶ୍ଚିତ ହୋଇଯାଇଥିଲା। ହେଲେ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

The post ପୁଣି ଘୁଞ୍ଚିଲା ଫାଶୀ, କୋର୍ଟ ବାହାରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images