Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା କାଣ୍ଡ: ପୁଣି ଘୁଞ୍ଚିଲା ଫାଶୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଆସନ୍ତାକାଲି ମିଳିବନି ଫାଶୀ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇଛନ୍ତି। ତୃତୀୟ ଥର ପାଇଁ ଏହି ରୋକ୍‌ ଲାଗିଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଦିଅଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ ପ୍ରସ୍ତୁତ ହୋଇ ରହିଥିଲା। ମଙ୍ଗଳବାର ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ। ହେଲେ ଏଥିରେ ରୋକ୍‌ ଲାଗିଛି।

ତୃତୀୟ ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ଦୋଷୀ ପବନ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଆଜି ପୁଣି ପବନ ରାଜକ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ଏହାକୁ ଖାରଜ କରିଦେବାରୁ ଦୋଷୀମାନଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବା ନିଶ୍ଚିତ ହୋଇଯାଇଥିଲା। ହେଲେ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

The post ନିର୍ଭୟା କାଣ୍ଡ: ପୁଣି ଘୁଞ୍ଚିଲା ଫାଶୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images