ଓଡ଼ିଶାଲାଇଭ୍ ବ୍ୟୁରୋ
ପାଳ ଗଦାରେ ଖେଳିବା ହେଲା କାଳ। ନିଆଁରେ ଜଳି ଚାଲିଗଲା ୩ଶିଶୁଙ୍କ ଜୀବନ। ଏଥିରେ ଅନ୍ୟ ଜଣେ ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ଖଇରଛଟା ଗାଁରେ। ସମସ୍ତ ଶିଶୁଙ୍କ ବୟସ ୫ରୁ ୭ ବର୍ଷ ବୋଲି ଜଣାପଡ଼ିଛି।
ରବିବାର ସକାଳେ ଇତିଶ୍ରୀ ଜେନା, ସାଇରାମ ଜେନା, ଦୀପକ ଗୌଡ଼, ଆଲୋକ ଜେନା ନାମକ ଏକ ପାଳଗଦାରେ ନିକଟରେ ଖେଳୁଥିଲେ। ସେମାନେ ଖେଳୁଖେଳୁ ଚୁଲି କରି ସେଥିରେ ନିଆଁ ଲଗାଇଥିଲେ। ସେହି ନିଆଁ ପାଳ ଗଦାରେ ଲାଗିଯାଇଥିଲା, ଯାହାଫଳରେ ଶିଶୁମାନେ ସେହି ନିଆଁରେ ଜଳି ଯାଇଥିଲେ।
ଗାଁ ଲୋକ ସେମାନଙ୍କୁ ଉଦ୍ଧାର କରି ପୋଲସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି।
The post ଖେଳ ହେଲା କାଳ – ନିଆଁରେ ଜଳି ୩ ଶିଶୁ ମୃତ, ଜଣେ ଗୁରୁତର appeared first on OdishaLIVE.