Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସିଲା ଫିଲ୍ମ ‘୮୩’ରେ ଦୀପିକାଙ୍କ ଫାଷ୍ଟ୍‌ ଲୁକ୍‌

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘୮୩’ରେ ରଣବୀର ସିଂଙ୍କ ପତ୍ନୀ ଭୂମିକାରେ ଦୀପିକା ପାଦୁକୋନଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ଆଜି ଦୀପିକାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ରଣବୀରଙ୍କ ସହିତ ଦୀପିକାଙ୍କ ଜବରଦସ୍ତ ଲୁକ୍‌ ଦେଖିବାକୁ ମିଳିଛି।

ସର୍ଟ ହେୟାର, ହାଇନେକ୍‌ ଟପ୍‌ରେ ଦୀପିକା କମାଲ ଲାଗୁଛନ୍ତି। ପୋଷ୍ଟରରେ ସେ ରଣବୀରଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିଲା ବେଳେ ଦୀପିକା ତାଙ୍କ ପତ୍ନୀ ରୋମି ଦେବଙ୍କୁ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମଟି ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ୍‌ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମର ନିର୍ଦ୍ଦେଶନା କବୀର ଖାନ ଦେଉଛନ୍ତି। ଫିଲ୍ମଟି ଏପ୍ରିଲ ୧୦ରେ ରିଲିଜ ହେବ। ପୂର୍ବରୁ ରଣବୀର ଦୀପିକା ରାମଲୀଳା, ବାଜିରାଓ ମସ୍ତାନୀ, ପଦ୍ମାବତରେ ଭଳି ଫିଲ୍ମରେ ଏକାଠି ନଜର ଆସିଛନ୍ତି।

The post ଆସିଲା ଫିଲ୍ମ ‘୮୩’ରେ ଦୀପିକାଙ୍କ ଫାଷ୍ଟ୍‌ ଲୁକ୍‌ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images