Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା – ଜାଣନ୍ତୁ, କେଉଁ ଦିନ ଅଛି କେଉଁ ପରୀକ୍ଷା?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ପେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ, ଜାଣିଛନ୍ତି କି? ଆସନ୍ତୁ ଜାଣିବା ମାଟ୍ରିକ୍‌ ପରୀକ୍ଷା ସୂଚୀ।

ପରୀକ୍ଷା ସୂଚୀ

  • ପେବ୍ରୁଆରି ୧୯ – ବୁଧବାର – ଓଡ଼ିଆ ଭାଷା
  • ପେବ୍ରୁଆରି ୨୨ – ଶନିବାର – ଇଂରାଜୀ
  • ପେବ୍ରୁଆରି ୨୪ – ସୋମବାର – ହିନ୍ଦୀ/ସଂସ୍କୃତ
  • ପେବ୍ରୁଆରି ୨୬ – ବୁଧବାର – ଗଣିତ
  • ପେବ୍ରୁଆରି ୨୮ – ଶୁକ୍ରବାର – ବିଜ୍ଞାନ
  • ମାର୍ଚ୍ଚ ୨ – ସୋମବାର – ସାମାଜିକ ବିଜ୍ଞାନ

ପରୀକ୍ଷାର ସକାଳ ୧୦ଟାରୁ ଆରମ୍ଭ ହେବ। ପରୀକ୍ଷା ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ। ତେଣୁ ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ।

ସକାଳ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ଶେଷ ହେବ। ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍‌ର ସମୟ ମିଳିବ ଅର୍ଥାତ୍‌ ୧୨.୪୫ରେ ପରୀକ୍ଷା ଶେଷ ହେବ।

The post ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା – ଜାଣନ୍ତୁ, କେଉଁ ଦିନ ଅଛି କେଉଁ ପରୀକ୍ଷା? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images