Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା ଦୋଷୀ ବିନୟର ରିଟ୍‌ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀ ବିନୟ ଶର୍ମାର ରିଟ୍‌ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଜକ୍ଷମା ଖାରଜର ପୁନଃବିଚାର ପାଇଁ ରିଟ୍‌ ପିଟିସନ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବିନୟ। ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ବିନୟ କୋର୍ଟରେ ଆବେଦନ କରିଥିଲା।

ରାଜକ୍ଷମା ଖାରଜ ପାଇଁ ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ଗୃହମନ୍ତ୍ରୀଙ୍କ ସୁପାରିଶ ନଥିବା ଆବେଦନରେ ଦର୍ଶାଇଥିଲା ବିନୟ, ହେଲେ ରାଜକ୍ଷମା ଖାରଜ ପାଇଁ ଉଭୟଙ୍କ ସୁପାରିଶ ଥିବା ସୁପ୍ରିମକୋର୍ଟ  କହିଛନ୍ତି।

ଅନ୍ୟପକ୍ଷରେ ଦୋଷୀଙ୍କ ଫାଶୀ ପାଇଁ ଆଜି ନୂଆ ଡେଥ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ପଟିୟାଲା ହାଉସକୋର୍ଟ। ନିର୍ଭୟାଙ୍କ ବାପା, ମା’ ଓ ତିହାର ଜେଲ କର୍ତ୍ତୃପକ୍ଷ ଏହି ଆବେଦନ କରିଥିଲେ।

The post ନିର୍ଭୟା ଦୋଷୀ ବିନୟର ରିଟ୍‌ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles