Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା ମାମଲା – ଆଜି ଆସିପାରେ ନୂଆ ଫାଶୀ ତାରିଖ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ଆଜି ନୂଆ ଡେଥ ଓ୍ୱାରେଣ୍ଟ ଜାରି କରିପାରନ୍ତି ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ। ଆଜି ଅପରାହ୍‌ଣ ୩ଟାରେ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଦିଲ୍ଲୀ ପଟିୟାଲା ହାଉସକୋର୍ଟ ରାୟ ଦେବେ।।

ବୁଧବାର ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ଆବେଦନ ଉପରେ କୋର୍ଟରେ ଶୁଣାଣି ଚାଲିଥିଲା। ଦୋଷୀଙ୍କ ଓକିଲ ତଥ୍ୟ ନରଖିଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଘୁଞ୍ଚାଯାଇଥିଲା।

ଗତକାଲି  ଶୁଣାଣି ସମୟରେ ନିର୍ଭୟାଙ୍କ ମା’ ଆଶା ଦେବୀ କୋର୍ଟରେ କାନ୍ଦିଥିଲେ।। ଦୋଷୀଙ୍କୁ ଫାଶୀ ପାଇଁ ତୁରନ୍ତ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବାକୁ ନିର୍ଭୟାଙ୍କ ମା’ ଜଜ୍‌ଙ୍କୁ ନିବେଦନ କରିଥିଲେ। ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି ପାଇଁ ନିର୍ଭୟାଙ୍କ ମା’ ବାପା ଓ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ।

ଅନ୍ୟପକ୍ଷରେ ପୂର୍ବରୁ ଫେବ୍ରୁଆରି ୫ରେ ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ନୋଟିସ ଜାରି କରିଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୋଷୀଙ୍କୁ ମିଳିଥିବା ବୁଧବାର ଶେଷ ହୋଇଯାଇଛି।

The post ନିର୍ଭୟା ମାମଲା – ଆଜି ଆସିପାରେ ନୂଆ ଫାଶୀ ତାରିଖ appeared first on OdishaLIVE.


Viewing all articles
Browse latest Browse all 11715

Trending Articles