ଓଡ଼ିଶାଲାଇଭ୍ ବ୍ୟୁରୋ
ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ।
ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏହିଦିନ କେତେବେଳେ କ’ଣ ନୀତି ଅନୁଷ୍ଠିତ ହେବ ସେନେଇ ତାଲିକା ପ୍ରକାଶ ପାଇଛି।
ଭୋର ୩ଟାରୁ ସାଢ଼େ ୩ଟା ଭିତରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି, ସାଢ଼େ ୩ଟାରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ, ସକାଳ ୬ଟାରେ ରୋଷ ହୋମ, ଦିନ ୧୧ଟାରୁ ୧୨ଟା ଯାଏଁ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା୪୫ ଭିତରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ଅନୁଷ୍ଠିତ ହେବ।
ଅପରାହ୍ଣ ସାଢ଼େ ୨ଟାରୁ ୨ଟା୪୫ ଯାଏଁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା୪୫ରୁ ୩ଟା୪୫ ଭିତରେ ଭୋଗ ମଣ୍ଡପ, ୩ଟା୪୫ରୁ ୪ଟା୪୫ ଯାଏଁ ସାହାଣମେଲା ଦର୍ଶନ, ୪ଟା୪୫ରୁ ୫ଟା୧୫ ଯାଏଁ ଛାମୁ ପରିଷ୍କାର ନୀତି ଅନୁଷ୍ଠିତ ହେବ।
ସନ୍ଧ୍ୟା ୫ଟା୧୫ରୁ ୫ଟା୪୫ ଯାଏଁ ଶ୍ରୀଜୀଉଙ୍କ ବେଶ, ସନ୍ଧ୍ୟା ୫ଟା୪୫ରୁ ୭ଟା ଯାଏଁ ବୀର କିଶୋର ବଲ୍ଲଭ, ଭୁବନେଶ୍ୱରୀଙ୍କ ଦ୍ୱିପ୍ରହଣ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ଶ୍ରୀଜୀଉଙ୍କ ପହୁଡ଼, ୭ଟା୧୦ରୁ ୭ଟା୩୦ ସନ୍ଧ୍ୟା ଆଳତୀ ଓ ଟେରାଫିଟା, ସନ୍ଧ୍ୟା ୭ଟା୩୦ରୁ ୮ଟା୧୦ ମଧ୍ୟରେ ଶ୍ରୀଜୀଉଙ୍କ ମାଜଣା ଓ ବେଶ, ରାତି ୮ଟା୧୦ରୁ ୮ଟା ୫୫ ଯାଏଁ ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢ଼ା, ରାତି ୮ଟା୫୫ରୁ ୧୦ଟା ଭିତରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ମହାଦୀପ ଉଠିବ।
The post ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ – ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ appeared first on OdishaLIVE.