Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି। ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ସଂଜୀବ ପାଣିଗ୍ରାହୀ। ପୂର୍ବରୁ ସେ ସୁପ୍ରିମ୍‌କୋର୍ଟରେ ଓଡ଼ିଶା ସରକାରଙ୍କ ତରଫରୁ ଅନେକ ମାମଲାରେ ଓକିଲାତି କରିଛନ୍ତି।

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ଜଜ୍‌ ସଂଖ୍ୟା ୧୪ ରହିଛି। ସଂଜୀବ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଏହା ୧୫ରେ ପହଞ୍ଚିବ। ସୁପ୍ରିମ୍‌କୋର୍ଟର କଲେଜିୟମ୍‌ ଗତବର୍ଷ ଅକ୍ଟୋବର ମାସରେ ହାଇକୋର୍ଟର ବିଚାରପତି ଭାବେ ସଂଜୀବଙ୍କ ନାଁକୁ ସୁପାରିଶ କରିଥିଲେ।

The post ସଂଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles