Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଏମ୍‌ସିର ବକେୟା ଟିକସ ଆଦାୟ କଲେ କିନ୍ନର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

 ବିଏମ୍‌ସିର ବକେୟା ପାଣି ଓ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କଲେ କିନ୍ନର। କିନ୍ନରମାନଙ୍କୁ ନେଇ ଗଠିତ ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଟିକସ ଆଦାୟ କରିଛି। ପ୍ରଥମ ଦିନରେ ସହିଦନଗର ଅଞ୍ଚଳରୁ ଟିକସ ଆଦାୟ ଆରମ୍ଭ ହୋଇଛି। ଟ୍ୟାକ୍ସ ଆଦାୟ କରିବା ନେଇ ବୁଧବାର ବିଏମ୍‌ସି ଓ କିନ୍ନର ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା।

ଭୁବନେଶ୍ଵରରେ ପାଣି ଓ ହୋଲ୍ଡିଂ ଟିକସ ବାବଦକୁ ଅନେକ ଟଙ୍କା ବକେୟା ପଡ଼ିଛି। ଏହାକୁ ଆଦାୟ କରିବାକୁ ସ୍ଵୀକୃତି ସ୍ଵୟଂ ସହାୟକ ଗୋଷ୍ଠୀକୁ ଅନୁମତି ଦେଇଛି ବିଏମ୍‌ସି। ଆଜି ବିଏମ୍‌ସି କାର୍ଯ୍ୟାଳୟରୁ ପତାକା ଦେଖାଇ ସ୍ଵୀକୃତି ସ୍କ୍ଵାର୍ଡକୁ ଉଦ୍‌ଘାଟନ କରାଯିବା ପରେ ଟିକସ ଆଦାୟ ଆରମ୍ଭ କରିଥିଲେ କିନ୍ନର।

ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ବହୁଦିନ ହେବ ବିଏମ୍‌ସିର ଟିକସ ଆଦାୟ ହୋଇ ପାରିନାହିଁ। ଏହି ବକେୟା ଆଦାୟା କରିବା ପାଇଁ କିନ୍ନରମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସେମାନଙ୍କୁ ଆଜି ୧୧କୋଟିର ବକେୟା ତାଲିକା ପ୍ରଦାନ କରାଯାଇଛି। ସେମାନେ ଯେତିକି ଟଙ୍କା ଆଦାୟ କରିବେ ତା’ର ୧ ପ୍ରତିଶତ ସେମାନଙ୍କୁ ପ୍ରଦାନ କରାଯିବ। ଆମର ଆଶା ଅଛି ସେମାନେ ଏହି କାର୍ଯ୍ୟ ଠିକ ଭାବେ କରିପାରିବେ। ଏହା ଦ୍ଵାରା ସେମାନଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇପାରିବ।’’

୪୦ ଲକ୍ଷ ଟଙ୍କା ମଧ୍ୟରେ ଟିକସ ଆଦାୟ କଲେ କିନ୍ନରମାନଙ୍କୁ ୧ ପ୍ରତିଶତ, ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ କଲେ ୧.୫ ପ୍ରତିଶତ, ୬୦ ଲକ୍ଷରୁ ଅଧିକ ଟିକସ ଆଦାୟ କଲେ ୨ ପ୍ରତିଶତ ରାଶି କିନ୍ନରମାନଙ୍କୁ ପ୍ରୋତ୍ସାହନ ଆକରରେ ପ୍ରଦାନ କରିବେ ବିଏମ୍‌ସି।

ଟ୍ୟାକ୍ସ ଆଦାୟ କରିବା ପାଇଁ କିନ୍ନର ଗୋଷ୍ଠୀଙ୍କୁ ବିଏମ୍‌ସି ୟୁନିଫର୍ମ, ବ୍ୟାଚ୍‌ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସେମାନେ ୟୁନିଫର୍ମ ଓ ବ୍ୟାଚ ପିନ୍ଧି ଟିକସ ଆଦାୟ କରିଛନ୍ତି।

ଏନେଇ ସ୍ଵୀକୃତି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମେଘନା କିନ୍ନର କହିଛନ୍ତି, “ଏହି କାର୍ଯ୍ୟ କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ନେବାକୁ ସାହାଯ୍ୟ କରିବ। ଆମେ ଏହି କାମ ନିଶ୍ଚିତ କରି ପାରିବୁ। ଲୋକମାନଙ୍କୁ ଟିକସ ଦେବା ପାଇଁ ବୁଝାଇବୁ। ଆମେ ଯଦି ସରକାରଙ୍କ ଏହି କାମ କରିବୁ ସରକାର ମଧ୍ୟ ଆମ କଥା ଶୁଣିବେ।”

The post ବିଏମ୍‌ସିର ବକେୟା ଟିକସ ଆଦାୟ କଲେ କିନ୍ନର appeared first on OdishaLIVE.


Viewing all articles
Browse latest Browse all 11715

Trending Articles