ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦେବାକୁ କେନ୍ଦ୍ରର ଆବେଦନ ଉପରେ ଘୁଞ୍ଚିଲା ଶୁଣାଣି। କେନ୍ଦ୍ରର ଆବେଦନ ଉପରେ ୧୧ ତାରିଖ ଶୁଣାଣି ହେବ ବୋଲି ସୁପ୍ରିମ୍କୋର୍ଟ ନିଷ୍ପତ୍ତି ନେଇଛନ୍ତି।
୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲା। ପୂର୍ବରୁ କେନ୍ଦ୍ରର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଫେବ୍ରୁଆରି ୫ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ ୭ ଦିନ ସମୟ ଦେଇଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଛନ୍ତି କେନ୍ଦ୍ର ସରକାର।
The post ନିର୍ଭୟା ମାମଲା – ୧୧ ତାରିଖକୁ ଘୁଞ୍ଚିଲା କେନ୍ଦ୍ର ଆବେଦନର ଶୁଣାଣି appeared first on OdishaLIVE.