Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟରେ ରହିବେ କିଏ? ଜାଣନ୍ତୁ, କେମିତି ନିର୍ମାଣ ହେବ ମନ୍ଦିର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଟ୍ରଷ୍ଟ ଗଠନକୁ ମଞ୍ଜୁରୀ ଦେଇଛନ୍ତି। ଏହାପରେ ଏହି ଟ୍ରଷ୍ଟରେ କିଏ କିଏ ସଦସ୍ୟ ରହିବେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ। ଏହି ସଦସ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ। ଟ୍ରଷ୍ଟରେ ଜଣେ ଜଏଣ୍ଟ ସେକ୍ରେଟାରୀ ରହିବେ, ତାଙ୍କ ସହିତ ଅଯୋଧ୍ୟାର ଜିଲ୍ଲାପାଳ ମଧ୍ୟ ଏହି ଟ୍ରଷ୍ଟର ସଦସ୍ୟ ରହିବେ ବୋଲି ସୂଚନା ମିଳିଛି।

ତାଙ୍କ ସହିତ ନିର୍ମୋହୀ ଆଖଡ଼ାର ସଦସ୍ୟ, ରାମ ଜନ୍ମଭୂମି ନ୍ୟାସର ମହନ୍ତ ନୃତ୍ୟଗୋପାଳ ଦାସ ଓ ରାମଜନ୍ମ ଭୂମି ଆନ୍ଦୋଳନ ସହ ଜଡ଼ିତ ଥିବା କିଛି ସଦସ୍ୟଙ୍କୁ ଏହି ଟ୍ରଷ୍ଟରେ ସାମିଲ କରାଯିବ। ଏଥିସହିତ ଏହି ଟ୍ରଷ୍ଟରେ ଏପରି ଜଣେ ସଦସ୍ୟ ରହିବେ ଯିଏ ଦଳିତ ସମାଜର ହୋଇଥିବେ ବୋଲି ନିଷ୍ପତ୍ତି ନିଆଯାଇଛି।

କେମିତି ନିର୍ମାଣ ହେବ ଅଯୋଧ୍ୟା ରାମ ମନ୍ଦିର?

ଏହି ଟ୍ରଷ୍ଟର ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ। ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରାଯାଇ ଏହାର ନିର୍ମାଣ କରାଯିବ। ଏଥିସହିତ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୌଣସି ଟଙ୍କା ପ୍ରଦାନ କରାଯିବ ନାହିଁ ବୋଲି ମଧ୍ୟ ସୂଚନା ରହିଛି।ଅଯୋଧ୍ୟାର ରାମମନ୍ଦିରର ଲମ୍ବ ୨୬୮ ଫୁଟ୍ ଓ ପ୍ରସ୍ଥ ୧୪୦ ଫୁଟ୍ ରହିବ ବୋଲି କୁହାଯାଇଛି। ଏଥିସହିତ ମନ୍ଦିରର ଉଚ୍ଚତା ୧୨୮ ଫୁଟ୍ ରହିବ ଓ ମନ୍ଦିର ଗର୍ଭଗୃହ, ସିଂହଦ୍ୱାର, ନୃତ୍ୟମଣ୍ଡପ, ରଙ୍ଗ ମଣ୍ଡପ ଓ ଅଗ୍ରଭାଗ ଅଞ୍ଚଳରେ ୨୧୨ଟି ସ୍ତମ୍ଭ ରହିବ ବୋଲି କୁହାଯାଇଛି। ମନ୍ଦିରର ପ୍ରଥମ ମହଲାରେ ୧୦୬ଟି ଖମ୍ଭ ଓ ଦ୍ୱିତୀୟ ମହଲାରେ ମଧ୍ୟ ୧୦୬ ଖମ୍ଭ ରହିବ ବୋଲି କୁହାଯାଇଛି।

The post ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟରେ ରହିବେ କିଏ? ଜାଣନ୍ତୁ, କେମିତି ନିର୍ମାଣ ହେବ ମନ୍ଦିର appeared first on OdishaLIVE.


Viewing all articles
Browse latest Browse all 11715

Trending Articles