ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ସୁଦ୍ଧା ୨୪ ଖଣିର ନିଲାମ କରିବାକୁ ସରକାରଙ୍କ ଲକ୍ଷ୍ୟ।
ଏବେ ପୁଣି ଚର୍ଚ୍ଚାରେ ଓଡ଼ିଶାର ବିଭିନ୍ନ ଖଣି। ଖଣି ଦୁର୍ନୀତିକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ରାଜ୍ୟ ସରକାର ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇ-ନିଲାମୀ ପ୍ରକ୍ରିୟା ଜରିଆରେ ବଡ଼ ବଡ଼ ଖଣିର ନିଲାମ ଚାଲିଛି। ଗତ ୪ ଦିନ ଭିତରେ ୪ଟି ଖଣିର ନିଲାମ ଶେଷ ହୋଇଥିବା ଜଣାପଡ଼ିଛି।
ମାର୍ଚ୍ଚ ସୁଦ୍ଧା ୨୪ଟି ଖଣିର ନିଲାମ ପ୍ରକ୍ରିୟ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଫେବ୍ରୁଆରି ୧୮ ସୁଦ୍ଧା ୧୯ଟି ଖଣିର ଇ-ନିଲାମ ଶେଷ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ନୂଆଗାଁ, ନାରାୟଣପୋଷି, ବଳଦା ଓ ଠାକୁରାଣୀ ଭଳି ଖଣିର ନିଲାମ ହୋଇଛି।
ଇ-ନିଲାମ ପ୍ରକ୍ରିୟାରେ ୭୯୦ ମିଲିଅନ୍ ଟନ୍ର ନୂଆଗାଁ, ୧୯୦ ମିଲିଅନ ଟନ୍ର ନାରାୟଣପୋଷି ଲୁହାଖଣି ପାଇଛି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍। ସେହିପରି ସିରାଜଉଦ୍ଦିନ କମ୍ପାନି ପୁଣିଥରେ ବଳଦା ଲୁହାଖଣି ପାଇଛି। ଆର୍ସଲର ମିତ୍ତଲ ମଧ୍ୟ କେନ୍ଦୁଝରର ଠାକୁରାଣୀ ଲୁହାଖଣିକୁ ନିଲାମ ନେଇଛି।
ଏଥର ଖଣି ନିଲାମରେ ରାଜ୍ୟ ସରକାର ଦୁଇ ଗୁଣ ଅଧିକ ରାଜସ୍ୱ ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଆଇବିଏମ୍ ହିସାବ କରିଥିବା ହାରାହାରି ବିକ୍ରି ମୂଲ୍ୟଠାରୁ ଅଧିକ ୧୮ ପ୍ରତିଶତ ମୂଲ୍ୟ ବଢ଼ାଇ ଖଣି ନିଲାମ କରାଯାଇଛି।
The post ଖଣିର ଇ-ନିଲାମୀ – ଚାରି ଦିନରେ ୪ ବଡ଼ ଖଣିର ନିଲାମ ଶେଷ appeared first on OdishaLIVE.