ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ବର୍ଷରୁ କମ୍ ବିଶ୍ଵକପ୍ ସେମିଫାଇନାଲରେ ଭାରତର ଦମ୍ଦାର ବିଜୟ। ଏହି ମ୍ୟାଚରେ ଭାରତ ବୃହତ ବ୍ୟବଧାନରେ ବିଜୟୀ ହୋଇଛି। ପାକିସ୍ତାନକୁ ୧୦ ଓ୍ଵିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ।
ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ବେଶୀ ସମୟ ତିଷ୍ଠି ପାରିନଥିଲା ଯୋଡ଼ି। ପାକିସ୍ତାନ ପକ୍ଷରୁ ହାଇଦର୍ ଅଲ୍ଲୀ ୫୬, ରୋହେଲ ନାଜିର ୬୨ ଓ ମହମ୍ମଦ ହାରିସ ୨୧ ରନ୍ କରିଥିଲେ।
ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଦଳ ୧୭୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ସୁଶାନ୍ତ ମିଶ୍ରା ସର୍ବାଧିକ ୩ ଓ୍ଵିକେଟ ନେଇଥିଲେ।
ପରେ ଭାରତ ୧୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳର ଦୁଇ ଓପନର ଏକାକୀ ମ୍ୟାଚକୁ ବିଜୟୀ କରାଯାଇଥିଲେ। ଭାରତ ବିନା କୌଣସି ଓ୍ଵିକେଟ ହରାଇ ୩୫ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା। ଦଳ ପକ୍ଷରୁ ଯସଶ୍ଵୀ ଯୟଶ୍ଵାଲ ୧୦୫ରନ୍ ଓ ଦିବ୍ୟାଶଂ ସକ୍ସେନା ୫୯ ରନ୍ କରିଥିଲେ।
The post ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ଵକପ୍ – ହାରିଲା ପାକିସ୍ତାନ, ଫାଇନାଲରେ ଭାରତ appeared first on OdishaLIVE.