ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ପାସ୍ପୋର୍ଟର ଅବଧି ସରିବା ପୂର୍ବରୁ ଆସିବ ମେସେଜ୍। ପାସ୍ପୋର୍ଟ କାର୍ଯ୍ୟକାଳ ସରିବାର ୭ ଓ ୯ମାସ ପୂର୍ବରୁ ଏସ୍ଏମ୍ଏସ୍ ମାଧ୍ୟମରେ ରିନ୍ୟୁ କରିବାର ସୂଚନା ମିଳିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।
କେଉଁ ଓ୍ୱେବସାଇଟ୍କୁ ଯାଇ ପାସ୍ପୋର୍ଟଧାରୀମାନେ ପୁଣି ଥରେ ଆବେଦନ କରିପାରିବେ, ସେନେଇ ମଧ୍ୟ ଏସ୍ଏମ୍ଏସ୍ରେ ଜଣାଇ ଦିଆଯିବ।
ଶେଷ ମୁହୂର୍ତ୍ତରେ ପାସ୍ପୋର୍ଟଧାରୀ ଯେପରି ଅସୁବିଧାର ସମ୍ମୁଖୀନ ହେବେନି ଓ ଜାଲ ଓ୍ୱେବସାଇଟ୍ଗୁଡ଼ିକରୁ ଦୂରେଇ ରହିବେ, ତାହା ହେଲା ଏସ୍ଏମ୍ଏସ୍ ବ୍ୟବସ୍ଥାର ମୂଳ ଲକ୍ଷ୍ୟ।
ପାସ୍ପୋର୍ଟ ଆବେଦନକାରୀମାନେ ଓ୍ୱେବସାଇଟ୍ www.passportindia.gov.in ବା mPassport Seva ମୋବାଇଲ ଆପ୍ ମାଧ୍ୟମରେ ବି ଆବେଦନ କରିପାରିବେ।
The post ପାସ୍ପୋର୍ଟ ଅବଧି ସରିବାର ୭ମାସ ପୂର୍ବରୁ ମିଳିବ ଏସ୍ଏମ୍ଏସ୍ appeared first on OdishaLIVE.