ଓଡ଼ିଶାଲାଇଭ୍ ବ୍ୟୁରୋ
- ଶକ୍ତି କ୍ଷେତ୍ରରେ ବଜେଟ୍ରେ ଗୁରୁତ୍ୱ
- ବିଦ୍ୟୁତ କ୍ଷେତ୍ର ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟବରାଦ
- ୩ବର୍ଷରେ ସମସ୍ତଙ୍କ ଘରେ ଲାଗିବ ସ୍ମାର୍ଟ ମିଟର
ବିଦ୍ୟୁତ ଚୋରି, ମିଟର ଟାମ୍ପରିଂ ରୋକିବା ପାଇଁ ବଜେଟ୍ରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର। ଘରେ ଲାଗିଥିବା ପୁରୁଣା ମିଟରକୁ ବଦଳାଇବା ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଫୋକସ୍ କରିଛନ୍ତି। ପୁରୁଣା ମିଟର ଜାଗାରେ ପ୍ରିପେଡ୍ ସ୍ମାର୍ଟ ମିଟର ସମସ୍ତଙ୍କ ଘରେ ଲଗାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଏହି ପ୍ରିପେଡ୍ ସ୍ମାର୍ଟ ମିଟର ଲାଗିବ। ଆଗାମୀ ୩ ବର୍ଷ ଭିତରେ ଏହି ମିଟର ଲଗାଯିବ।
ବଜେଟ୍ରେ ବିଦ୍ୟୁତ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ର ପାଇଁ କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି।
The post ବଦଳିବ ପୁରୁଣା ବିଦ୍ୟୁତ ମିଟର, ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର appeared first on OdishaLIVE.