ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହୋଇଥିବା ବଜେଟ୍ରେ ବରିଷ୍ଠ ନାଗରିକଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୯ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଟଙ୍କାରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗାମୀ ଦିନରେ ହାତକୁ ନିଆଯିବ।
ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା। ଏହାସହ ବରିଷ୍ଠ ନାଗରିକମାନେ ବିଭିନ୍ନ ସମୟରେ ଅନକେ ସମସୃା ଦେଇ ଗତି କରୁଥିବାର ନଜିର ରହିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି।
ଏହାସହ ମୋଦୀ ସରକାର ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି।
ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କ ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି। ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ୫୩ ହଜାର ୭୦୦ କୋଟି, ଜନଜାତିଙ୍କ ବିକାଶ ପାଇଁ ୮୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି।
The post ବଜେଟ୍-୨୦୨୦: ବରିଷ୍ଠ ନାଗରିକଙ୍କ ପାଇଁ ୯ ହଜାର କୋଟି appeared first on OdishaLIVE.