Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଶନିବାର କେନ୍ଦ୍ର ବଜେଟ୍ – ଫୋକସ୍‌ରେ ନିମ୍ନ-ମଧ୍ୟବିତ୍ତ ପରିବାର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ କେନ୍ଦ୍ର ସରକାର। ଏହି ବଜେଟ୍‌ର ରୂପରେଖ କ’ଣ ହେବ ଏବଂ କାହା ଉପରେ କେନ୍ଦ୍ର ସରକାର ଫୋକସ୍‌ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଗତ ବଜେଟ୍‌ରେ କୃଷକ, କର୍ପୋରେଟ୍‌ ସେକ୍ଟର ଉପରେ କେନ୍ଦ୍ର ସରକାର ଫୋକସ୍‌ କରିଥିବା ବେଳେ ଏଥର ନିମ୍ନ ମଧ୍ୟବିତ୍ତଙ୍କ ଉପରେ ଫୋକସ୍‌ କରିବେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ ମୋଦୀ ସରକାର। ଆଗକୁ ନିର୍ବାଚନ ଆସୁଥିବାରୁ ଚାଷୀ ଏବଂ ଗରିବ ଶ୍ରେଣୀର ଲୋକଙ୍କ ବିକାଶ ଉପରେ ଫୋକସ୍‌ କରିଥିଲେ। ବିଶେଷକରି କୃଷି କ୍ଷେତ୍ରର ବିକାଶ ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ ବଜେଟରେ ଅଧିକ ବ୍ୟୟବରାଦ ହୋଇଥିଲା। ଏହାକୁ ବିରୋଧୀ ସେତେବେଳେ ନିର୍ବାଚନ ଅଭିମୁଖି ବଜେଟ୍‌ କହି ସମାଲୋଚନା କରିଥିଲେ। ହେଲେ ମୋଦୀ ସରକାର ନିର୍ବାଚନରେ ପୁଣି ବିଜୟୀ ହୋଇଥିଲେ।

ନୂଆ ସରକାର ଗଠନ ହେବା ପରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ହୋଇଥିଲେ। ଗତ ଜୁନ୍‌ ମାସରେ ନିର୍ମାଳା ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌ରେ କର୍ପୋରେଟ୍‌ ସେକ୍ଟର ଏବଂ ବ୍ୟବସାୟ ଜଗତ ଉପରେ ଫୋକସ୍‌ କରାଯାଇଥିଲା। ଆୟକର ଉପରେ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଥିଲା। ସାଧାରଣ ଲୋକଙ୍କ ଉପରେ ଏହି ବଜେଟ୍‌ରେ ସେତେଟା ଗୁରୁତ୍ୱ ଦେଖିବାକୁ ମିଳି ନଥିଲା। କିନ୍ତୁ ୨୦୨୦-୨୧ ଆଥିକ ବର୍ଷ ପାଇଁ ଯେଉଁ ବଜେଟ୍‌ ଆସିବାକୁ ଯାଉଛି ତାହା ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି କୁହାଯାଉଛି।

ଗତ ୫ ମାସ ହେଲା ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଉଥିବା କୁହାଯାଉଛି। ଦରଦାମ ନିୟନ୍ତ୍ରଣ ବାହାରେ ଥିବାରୁ ନିମ୍ନ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି। ଯେତେ ଚେଷ୍ଟା କଲେ ବି ମହଙ୍ଗା ମାଡ଼ରୁ ଲୋକେ ବର୍ତ୍ତି ପାରୁ ନାହାନ୍ତି। ଏଣୁ ଚଳିତ ବଜେଟ୍‌ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି କୁହାଯାଉଛି।

The post ଶନିବାର କେନ୍ଦ୍ର ବଜେଟ୍ – ଫୋକସ୍‌ରେ ନିମ୍ନ-ମଧ୍ୟବିତ୍ତ ପରିବାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles