ଓଡ଼ିଶାଲାଇଭ୍ ବ୍ୟୁରୋ![]()
କ୍ୟାରୋଟିନ୍ ନାମକ ଏକ ପ୍ରୋଟିନ୍ରେ ତିଆରି ହୁଏ ନଖ। ଏହା ହାତ ଓ ପାଦ ଆଙ୍ଗୁଳିରେ ଥିବା ସମ୍ବେଦନଶୀଳ କୋଷିକାଗୁଡ଼ିକୁ ସୁରକ୍ଷା ଦିଏ। ଲମ୍ବା ନଖ ଶରୀରରେ ବିଭିନ୍ନ ସଂକ୍ରମଣ ଆଉ ରୋଗକୁ ବି ନିମନ୍ତ୍ରଣ କରେ। ନଖରେ ଜମି ରହୁଥିବା ମଇଳା ତଥା ବ୍ୟାକ୍ଟେରିଆ ଝାଡ଼ା, ବାନ୍ତି, ଜ୍ୱର ଭଳି ରୋଗର କାରଣ ହୋଇଥାଏ।
ମୁଖ୍ୟତଃ ଗର୍ଭବତୀ ମହିଳାମାନେ ଠିକ୍ ସମୟରେ ନଖ କାଟନ୍ତୁ। ଗର୍ଭାବସ୍ଥାରେ ଲମ୍ବା ନଖ ରଖିବା ଉଚିତ ନୁହେଁ। ଏହି ସମୟରେ ଅତ୍ୟଧିକ ହର୍ମୋନ୍ ଓ ମଲ୍ଟିଭିଟାମିନ୍ ବଟିକା ଖାଇବା ଯୋଗୁଁ ଜଲ୍ଦି ନଖ ବଢ଼ିଯାଏ। ଆଉ ନଖ ଭିତରେ ଥିବା ଘାତକ ବ୍ୟାକ୍ଟେରିଆ ଉଭୟ ମା ଓ ଭୃଣରେ ଥିବା ଶିଶୁ ପାଇଁ ହାନିକାରକ ହୋଇଥାଏ।
ପାଟିରେ ହାତ ପୁରାଇ ଦାନ୍ତରେ ନଖ କାମୁଡ଼ିବା ବହୁତ ଜଣଙ୍କର ଖରାପ ଅଭ୍ୟାସ। ଏହାଦ୍ୱାରା ପାଟି ଜରିଆରେ ହାନିକାରକ ବ୍ୟାକ୍ଟେରିଆ ପେଟକୁ ଯାଇ ବିଭିନ୍ନ ସଂକ୍ରମଣର କାରଣ ହୁଏ। ତେଣୁ ଅଳ୍ପ ଦିନ ବ୍ୟବଧାନରେ ନଖ କାଟିବା ନିହାତି ଆବଶ୍ୟକ।
ସାବୁନ ଲଗାଇ କେବଳ ହାତ ପାପୁଲି ନୁହେଁ ନଖ ଭିତର ବି ଭଲ ଭାବେ ସଫା କରନ୍ତୁ। ଅଥବା ଉଷୁମ ପାଣିରେ ଲେମ୍ବୁ ଟିକିଏ, ଲୁଣ ଆଉ ହ୍ୟାଣ୍ଡ୍ ଓ୍ୱାସ୍ ପକାଇ ହାତକୁ ବୁଡ଼ାଇ ଭଲ ଭାବେ ସଫା କରନ୍ତୁ। ଏହା ସମସ୍ତ ପ୍ରକାର ସଂକ୍ରମଣରୁ ଦୂରେଇ ରଖିବ।
The post ଗର୍ଭବତୀଙ୍କ ପାଇଁ କ୍ଷତିକାରକ ଲମ୍ବା ନଖ appeared first on OdishaLIVE.