ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଦିନିକିଆରେ ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ରୋହିତ ୧୧୦ ବଲ୍ରୁ ଶତକ ହାସଲ କରିଥିଲେ। ଏହାସହ ରୋହିତ ଦିନିକିଆରେ ୨୯ତମ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ତାଙ୍କ ଶତକ ସହ ଭାରତ ବିଜୟ ଆଡ଼କୁ ଅଗ୍ରସର ହେଉଛି।
ଏହି ମ୍ୟାଚରେ ଭାରତ ଆଗରେ ୨୮୭ ରନ୍ର ବିଜୟ ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଭାରତ ୩୦ ଓଭରରେ ୧ ଓ୍ଵିକେଟ ହରାଇ ୧୬୧ରେ ଖେଳୁଛି। ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ମଧ୍ୟ ବ୍ୟାଟିଂ ଜାରି ରଖିଛନ୍ତି। ବର୍ତ୍ତମାନକୋହଲି ୩୧ରନ କରି ବ୍ୟାଟିଂ କରୁଛନ୍ତି।
ଅଷ୍ଟ୍ରେଲିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୮୬ ରନ୍ କରିଥିଲା। ଅଷ୍ଟ୍ରେଲିଆ ଫକ୍ଷରୁ ଷ୍ଟିଭେନ୍ ସ୍ମିଥ ୧୩୧ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଭାରତକୁ ୨୮୭ ରନ୍ର ବିଜୟ ଲକ୍ଷ୍ୟ ଦେଇ ପାରିଛି।
The post ବେଙ୍ଗାଳୁରୁ ଦିନିକିଆରେ ରୋହିତ ମାରିଲେ ଶତକ appeared first on OdishaLIVE.