Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

FIH ପ୍ରୋ ହକି ଲିଗ୍‌ – ନେଦରଲାଣ୍ଡକୁ ୫-୨ ଗୋଲ୍‌ରେ ହରାଇଲା ଭାରତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ବିଶ୍ଵର ଶ୍ରେଷ୍ଠ ୩ ନମ୍ଵର ଦଳ ନେଦରଲାଣ୍ଡକୁ ୫-୨ ଗୋଲ୍‌ରେ ହରାଇଛି ଭାରତ। ଏହାସହ ବିଜୟରୁ ଲିଗ୍‌ ଅଭିଯାନ ଆରମ୍ଭ କରିଛି ଭାରତ।

ମ୍ୟାଚ ଆରମ୍ଭରୁ ଘରୋଇ ପରିବେଶର ଫାଇଦା ଉଠାଇ ଆକ୍ରମଣ ଆରମ୍ଭ କରିଥିଲା ଭାରତ। ମ୍ୟାଚର ପ୍ରଥମ ମିନିଟରେ ଗୁରଜନ୍ତ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍‌ କରି ନେଦରଲାଣ୍ଡକୁ ଚାପରେ ପକାଇଥିଲେ। ଏଥି ସହ ଭାରତ ୧-୦ରେ ଆଗୁଆ ରହିଥିଲା।

ପରେ ୧୧ତମ ମିନିଟରେ ଭାରତ ପେନାଲ୍ଟି କର୍ଣ୍ଣର ପାଇଥିଲେ। ଏହାକୁ ରୁପିନ୍ଦର ପାଲ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ ଗୋଲରେ ପୁଣି ଆଗୁଆ କରିଦେଇଥିଲେ। ପରେ ୧୩ତମ ଓ ୨୮ ତମ ମିନିଟରେ ନେଦରଲାଣ୍ଡ ଭାରତକୁ ଗୋଲ ଦେଇ ପଏଣ୍ଟକୁ ୨-୨ରେ ରଖିଥିଲା।

ପରେ ଶେଷ ଆଡ଼କୁ ଭାରତ ୩ଟି ଗୋଲ ପାଇ ଏହି ମ୍ୟାଚକୁ ୫-୨ରେ ଜିତି ନେଇଥିଲା। ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ ଦୁଇଟି ଗୋଲ କରିଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏଁ ଗୋଲ କରିଥିଲେ।

The post FIH ପ୍ରୋ ହକି ଲିଗ୍‌ – ନେଦରଲାଣ୍ଡକୁ ୫-୨ ଗୋଲ୍‌ରେ ହରାଇଲା ଭାରତ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images