Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କେଉଁଠି ଜନ୍ମ ହୋଇଛନ୍ତି ସାଇବାବା? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ପରେ ତେଜିଲା ବିବାଦ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସାଇବାବାଙ୍କ ଜନ୍ମ କେଉଁଠି ହୋଇଛି ଏବେ ତାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।

ସାଇବାବା କେଉଁଠି ଜନ୍ମ ହୋଇଛନ୍ତି? କେତେ ମସିହାରେ ଜନ୍ମ ହୋଇଛନ୍ତି? ତାହା ଆଜି ବି ଅନେକ ଲୋକଙ୍କୁ ଅଜଣା। ଏପରି ପରିସ୍ଥିତିରେ ସାଇବାବାଙ୍କ ଜନ୍ମ ସ୍ଥାନକୁ ନେଇ ଏବେ ମହାରାଷ୍ଟ୍ରରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।

ବର୍ତ୍ତମାନ ସାରା ଦେଶରେ ଲୋକପ୍ରିୟ ହୋଇସାରିଥିବା ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମତଭେଦ ଦେଖିବାକୁ ମିଳିଛି। ଏହାର ଗୋଟିଏ ପାର୍ଶ୍ୱରେ ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟ ରହିଥିବାବେଳେ ଅନ୍ୟପଟେ ଅଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।ଏହି ବିବାଦର ସୂତ୍ରପାତ ହୋଇଥିଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବଡ଼ ଘୋଷଣାରୁ। କିଛି ଦିନ ପୂର୍ବେ ଉଦ୍ଧବ ମହାରାଷ୍ଟ୍ରର ପାଥରୀଗାଁ’ର ବିକାଶ ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ପାଥରୀଗାଁ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ ତେଣୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରୁଛନ୍ତି। ବାସ୍ ଏହାପରେ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଥିଲା ବିବାଦ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ମନ୍ତବ୍ୟକୁ ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟମାନେ ବିରୋଧ କରିଥିଲେ। ସାଇବାବାଙ୍କ ଜନ୍ମ ସେହି ସ୍ଥାନରେ ହୋଇଥିଲା ଯେଉଁ ସ୍ଥାନରେ ଏବେ ମନ୍ଦିର ନିର୍ମାଣ କରାଯାଇଛି। ସାଇବାବା ସେହି ସ୍ଥାନରେ ଜନ୍ମ ହେବା ସହ ତାଙ୍କର ଶେଷ ଜୀବନ ମଧ୍ୟ ସେହି ସ୍ଥାନରେ ବିତେଇଥିଲେ ବୋଲି ସାଇ ଟ୍ରଷ୍ଟର ସଦସ୍ୟମାନେ ଦାବି କରୁଛନ୍ତି।ଅନ୍ୟପଟେ ସାଇବାବାଙ୍କ ଜନ୍ମ ୧୮୩୫ ମସିହା ସେପ୍ଟେମ୍ବର ୨୮ ତାରିଖରେ ମହାରାଷ୍ଟ୍ରର ପାଥରୀଗାଁ’ରେ ହୋଇଥିଲା ବୋଲି ମଧ୍ୟ କେତେକ ଲୋକ କହୁଛନ୍ତି। ଅନ୍ୟ କେତେକ ସାଇବାବାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶରେ ହୋଇଥିଲା ବୋଲି ମଧ୍ୟ କହୁଛନ୍ତି। ଏଭଳି ପରିସ୍ଥିତିରେ ଏହି ବିବାଦ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏପରିକି ରବିବାର ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ବନ୍ଦ ରହିବ ବୋଲି ମଧ୍ୟ ଘୋଷଣା ହୋଇଥିଲା। ତେବେ ଶିରିଡ଼ି ସାଇସେବା ସଂସ୍ଥାନ ଟ୍ରଷ୍ଟର ସିଇଓ ଦୀପକ ମୁଗଲିକର ମନ୍ଦିର ବନ୍ଦ ହେବ ନାହିଁ ବୋଲି ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାପରେ ମଧ୍ୟ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ କେବେ ଶେଷ ହେବ ତାହା କହିବା କଷ୍ଟକର ହୋଇପଡ଼ିଛି।

The post କେଉଁଠି ଜନ୍ମ ହୋଇଛନ୍ତି ସାଇବାବା? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ପରେ ତେଜିଲା ବିବାଦ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images