Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜି ଭାରତ-ଶ୍ରୀଲଙ୍କା ଶେଷ ଟି-୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଶୁକ୍ରବାର ଶେଷ ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ୧-୦ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଶେଷ ମ୍ୟାଚକୁ ଜିତିବା ସହ ସିରିଜ ବିଜୟର ଲକ୍ଷ୍ୟ ରଖିଛି।

ଶୁକ୍ରବାର ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏଥିପାଇଁ ଦୁଇ ଦଳ ବର୍ତ୍ତମାନ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଗୁଆହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଇନ୍ଦୋରରେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଥିଲା। ବିଶେଷ କରି ଦଳର ବୋଲରମାନେ ଚତ୍ମକାର ବ୍ୟାଟିଂ କରିବା ସହ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ନିଜର ଦମଦାର ଫର୍ମ ବଜାୟ ରଖିଥିଲେ।

ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ସହ ୨-୦ରେ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ। ଶ୍ରୀଲଙ୍କା ଟିମ୍ ଏହି ବିଜୟ ସହ ୧-୧ରେ ସିରିଜ୍ ବରାବର କରିବାକୁ ଗେମ୍ ପ୍ଲାନ୍ ପ୍ରସ୍ତୁତ କରୁଛି।

The post ଆଜି ଭାରତ-ଶ୍ରୀଲଙ୍କା ଶେଷ ଟି-୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images