Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆସୁଛି ନୂଆ ପୋଲିସ ମାନୁଏଲ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାର ଏକ ସଂଶୋଧିତ ପୋଲିସ ମାନୁଏଲ ଆଣୁଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଏହାକୁ ଘୋଷଣା କରାଯିବ। ବର୍ତ୍ତମାନ ଯେଉଁ ମାନୁଏଲ ବା ସଂହିତା ରହିଛି ତାହା ୧୯୪୨ ମସିହାରେ ତିଆରି କରାଯାଇଥିଲା। ଇତି ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି। ଏଣୁ ଏହାର ସଂଶୋଧନ ଆବଶ୍ୟକ ହେଉଥିଲା।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଉପଦେଶ ଅନୁସାରେ ୨୦୧୬/୧୭ରୁ ମାନୁଏଲ ସଂଶୋଧନ ଆରମ୍ଭ ହୋଇଥିଲା। ସଂଶୋଧିତ ମାନୁଏଲର ଉଦ୍ଦେଶ୍ୟ ହେଉଛି ଜେଲଗୁଡ଼ିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା। ନୂଆ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ କହିବା ଅନୁଯାୟୀ, ବିଗତ ବର୍ଷମାନଙ୍କରେ ପ୍ରଶାସନିକ ସ୍ତରରେ ଅନେକ ପରିବର୍ତ୍ତନ ଅଣାଯାଇଛି। ଏହି ସବୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମାନୁଏଲ ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ମାନୁଏଲରେ କଏଦୀମାନଙ୍କ ବର୍ଗିକରଣ, ଜେଲ ଅନ୍ତେବାସୀମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଅବସର ବିନୋଦନ ବ୍ୟବସ୍ଥା, ଜେଲ ଅଧିକାରୀମାନଙ୍କ କ୍ଷମତା, ବନ୍ଦୀମାନଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ଦେବା, ମହିଳା ଓ ନାବାଳକ କଏଦୀଙ୍କ ପାଇଁ କ’ଣ ସବୁ କରାଯିବ ଏ ସବୁ କଥା ଏହି ମାନୁଏଲରେ ରହିଛି।

The post ଆସୁଛି ନୂଆ ପୋଲିସ ମାନୁଏଲ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images