Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନବମ ଦିନରେ ବରଗଡ଼ ଧନୁଯାତ୍ରା –କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗୋପପୁରବାସୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ନବମ ଦିନରେ ମଥୁରା ନଗରୀରେ ପ୍ରବଳ ପ୍ରତାପୀ କଂସଙ୍କ ରାଜତ୍ୱ ଚାଲିଥିବାବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ।  ନନ୍ଦରାଜା ଓ ଯଶୋଦାଙ୍କ ସମେତ ସମସ୍ତ ଗ୍ରାମବାସୀ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ମଥୁରାକୁ ବିଦାୟ ଦେଇଥିଲେ।

ଅପରପକ୍ଷେ ମହାରାଜା କଂସ ମଥୁରାର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରଛନ୍ତି ଏବଂ ଶିବଙ୍କୁ ତପସ୍ୟା କରି ରୁଦ୍ରଶୂଲ ପ୍ରାପ୍ତି କରିଛନ୍ତି।
ବରଗଡ଼ ଧନୁଯାତ୍ରାର ନବମ ଦିବସରେ ପହଞ୍ଚିଥିବା ବେଳେ ଭଣଜା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଆୟୋଜନ କରିଛନ୍ତି ଛଳନା ଓ କପଟର ଯାତ୍ରା ଧନୁଯାତ୍ରା। ଆଉ କୃଷ୍ଣଙ୍କୁ ମଥୁରା ନଗରୀକୁ ନିମନ୍ତ୍ରଣ କରିବା ସକାଶେ କଂସଙ୍କ ଚିଟାଉ ନେଇ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ଅକ୍ରୁର।

କୃଷ୍ଣ ବଳରାମଙ୍କୁ ମଥୁରା ନେବା ପାଇଁ ନନ୍ଦରାଜାଙ୍କଠାରୁ ଅନୁମତି ନେବା ସମୟରେ ସମଗ୍ର ଗୋପପୁରରେ ଛାଇ ଯାଇଥିଲା ଶୋକାକୂଳ ପରିବେଶ। ମାତା ଯଶୋଦା ଓ ନନ୍ଦରାଜାଙ୍କଠାରୁ କୃଷ୍ଣ ବଳରାମଙ୍କ ବିଦାୟ ନେଇଥିଲେ। ସେହିପରି ବାଟରେ ରାଧା ସମେତ ଗୋପାଙ୍ଗନାମାନେ ବାଟ ଓଗାଳି କୃଷ୍ଣଙ୍କୁ ମଥୁରା ନଗରୀ ଯିବାକୁ ବାରଣ କରିଥିଲେ। କୃଷ୍ଣ ଧନୁଯାତ୍ରା ଦେଖି ଚାରି ଦିନ ପରେ ଗୋପପୁର ପ୍ରତ୍ୟାବର୍ତ୍ତନ କରିବେ ବୋଲି ବରଜ ପତ୍ରରେ ଲେଖି ପ୍ରତିଶ୍ରୁତି ଦେଇଥିଲେ।

ମହାରାଜା କଂସଙ୍କ ଅତ୍ୟାଚାରରେ ଥରହର ମଥୁରା ନଗରୀ। ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହ ହାତୀ ପିଠିରେ ବସି ନଗର ଭ୍ରମଣରେ ବାହାରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ନବମ ଦିନରେ ମଥୁରାର ଆମ୍ରବନରେ କୃଷ୍ଣ ପ୍ରେମରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରିବା ସହ ବନ୍ଦୀ କରି ରଖିଥିଲେ କାଳ କୋଠରୀରେ।

ସେହିପରି ମହାରାଜା କଂସ ଶିବଙ୍କୁ ତପସ୍ୟା କରି ରୁଦ୍ରଶୂଳ ପ୍ରାପ୍ତି କରିଛନ୍ତି ଶତ୍ରୁର ବିନାଶ ପାଇଁ। ତେବେ ପୂର୍ବତନ ମନ୍ତ୍ରୀ ଅକ୍ରୁର କୃଷ୍ଣବଳରାମ ବେନୀଭାଇଙ୍କୁ ମଥୁରା କଟକ ନେଇ ଆସିଥିବାର ଖବର ଦେଇଛି ମହାରାଜ କଂସଙ୍କୁ।

The post ନବମ ଦିନରେ ବରଗଡ଼ ଧନୁଯାତ୍ରା – କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଲେ ଗୋପପୁରବାସୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles