Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୦୪ରୁ ୨୦୧୯ – ଭାରତରେ ଏହିମାନେ ପାଇଛନ୍ତି ଫାଶୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪ଜଣଙ୍କୁ ଫାଶୀ ଦିଆଯାଇଛି। ଏବେ ପୁଣି ୨୦୨୦ରେ ନିର୍ଭୟା ଦେଷୀଙ୍କୁ ଫାଶୀ ଦିଆଯିବ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଦିଆଯିବ ଫାଶୀ। ଏନେଇ ତାରିଖ ଘୋଷଣା ସରିଛି। ଜାନୁଆରି ୨୨ ତାରିଖ ସକାଳ ୭ଟାରେ ସମସ୍ତ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯିବ। ଦିଲ୍ଲୀର ପଟିୟାଲା ହାଉସ୍‌ କୋର୍ଟ ୪ ଜଣ ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛି। ଏବେ ଦୋଷୀମାନେ ପାଖରେ ଶେଷ ନିଶ୍ଵାସ ପାଇଁ ଆଉ ମାତ୍ର ୧୩ ଦିନ ବାକି ଅଛି।

ଦେଶରେ ୨୦୦୪ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଆସନ୍ତୁ ଜାଣିବା କେଉଁ ବର୍ଷ? କାହାକୁ ଦିଆଯାଇଥିଲା ଫାଶୀ?

ଧନଞ୍ଜୟ ଚାଟାର୍ଜୀ (୨୦୦୪ ଅଗଷ୍ଟ ୧୪)

ଧନଞ୍ଜୟ ଚାଟାର୍ଜୀଙ୍କୁ ୨୦୦୪ ମସିହା ଅଗଷ୍ଟ ୧୪ ତାରିଖରେ ଜଣେ ୧୪ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦିଆଯାଇଥିଲା। ତାଙ୍କୁ କୋଲକତାର ଅଲିପୁର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। ଧନଞ୍ଜୟଙ୍କର ଘର କୋଲକତାଠାରୁ ୨୦୦ କିଲୋମିଟର ଦୂରରେ ଥିବା ଏକ ଗାଁରେ। ଧନଞ୍ଜୟ ସିକ୍ୟୁରିଟି ଗାର୍ଡ ଚାକିରି ପାଇଁ କୋଲକତାରେ ରହୁଥିଲେ। ସେ ଯେଉଁ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ସେଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ ପରେ ଫାଶୀ ଦଣ୍ଡ ଦିଆଯାଇଥିଲା।

ମହମ୍ମଦ ଆଜମଲ୍‌ ଅମିର କସବ (୨୦୧୨ ନଭେମ୍ଵର ୨୧)

୨୬/୧୧ ମୁମ୍ଵାଇ ଆଟାକ୍‌ରେ ଆତଙ୍କବାଦୀ ମହମ୍ମଦ ଆଜମଲ୍‌ ଅମିର କସବକୁ ୨୦୧୨ ନଭେମ୍ଵର ୨୧ରେ ଫାଶୀ ଦିଆଯାଇଥିଲା। ତାକୁ ପୁନେର ୟେରଓ୍ଵାଡା ଜେଲରେ ଫାଶୀ ମିଳିଥିଲା। ୨୦୦୮ ମସିହା ନଭେମ୍ଵର ୨୬ ତାରିଖରେ ମୁମ୍ଵାଇ ତାଜ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ପ୍ରାୟ ୧୬୬ ଲୋକ ପ୍ରାଣ ହରାଇଥିଲେ। ପରେ ମୁମ୍ଵାଇ ପୋଲିସ ଦ୍ଵାରା ଆତଙ୍କବାଦୀମାନଙ୍କୁ ଏନକାଉଣ୍ଟର କରାଯାଇଥିଲା ବେଳେ କସବକୁ ଜୀବନ୍ତ ଅବସ୍ଥାରେ ଧରିଥିଲା ପୋଲିସ।

ଅଫଜଲ ଗୁରୁ (୨୦୧୩ ଫେବ୍ରୁଆରି ୯)

୨୦୦୧ ମସିହା ଡିସେମ୍ଵର ୧୩ ତାରିଖରେ ସଂସଦ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଅଫଜଲ ଗୁରୁ। ୫ ଜଣ ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୮ ଜଣ ସୁରକ୍ଷାକର୍ମୀ ଓ ଜଣେ ମାଳିଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ଗୁଳି ମାରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୦୧ ଡିସେମ୍ଵର ୧୫ ତାରିଖରେ ଅଫଜଲ ଗୁରୁକୁ ଗିରଫ କରାଯାଇଥିଲା। ଦୋଷୀ ସାବ୍ୟସ୍ତ ପରେ ୨୦୦୨ ମସିହାରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ଏହାପରେ ୨୦୧୩ ଫେବ୍ରୁଆରି ୯ ତାରିଖରେ ଫାଶୀ ଦିଆଯାଇଥିଲା।

ୟାକୁବ ମେନନ୍‌ (୨୦୧୫ ଜୁଲାଇ ୩୦)

୧୯୯୩ ମସିହାରେ ମୁମ୍ଵାଇର ୧୩ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ୟାକୁବ ମେନନ୍‌କୁ ଗିରଫ କରାଯାଇଥିଲା। ଏହି ଆକ୍ରମଣରେ ୟାକୁବର ଭାଇ ଟାଇଗର ମେନନ୍‌ ଓ ଅଣ୍ଡରଓ୍ଵାଲ୍ଡ ଡନ୍‌ ଦାଉଦ ଇବ୍ରାହିମର ମଧ୍ୟ ହାତ ରହିଥିଲା। ଏହି ବିସ୍ଫୋରଣରେ ୨୫୭ ଲୋକ ପ୍ରାଣ ହରାଇଥିଲେ। ପରେ ଏହି ଆକ୍ରମଣରେ ୟାକୁବକୁ ଦୋଷୀ ପ୍ରମାଣିତ କରାଯାଇଥିଲା। ୨୦୧୫ ଜୁଲାଇ ୩୦ ତାରିଖରେ ତାଙ୍କୁ ସକାଳ ୭ଟାରେ ଫାଶୀ ଦିଆଯାଇଥିଲା।

The post ୨୦୦୪ରୁ ୨୦୧୯ – ଭାରତରେ ଏହିମାନେ ପାଇଛନ୍ତି ଫାଶୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles