Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବରଗଡ଼ ଧନୁଯାତ୍ରାରେ ଜରିମାନା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧନୁଯାତ୍ରାରେ କଂସଙ୍କ ନଗର ଭ୍ରମଣ ଏକ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ନଗର ଭ୍ରମଣ ସମୟରେ କଂସ ମହାରାଜା ଆଇନ ଅମାନ୍ୟ କରୁଥିବା ଲୋକମାନଙ୍କୁ ଶାରିରୀକ ସହ ଆର୍ଥିକ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଥାନ୍ତି। ଧନୁଯାତ୍ରା ଆରମ୍ଭ ହେବା ଦିନଠାରୁ ଏହି ପରମ୍ପରା ରହିଆସିଛି।

ଏପରିକି ବର୍ତ୍ତମାନ ଧନୁଯାତ୍ରା କମିଟିର ବ୍ୟବସାୟିକ ଦିଗରେ ପ୍ରାୟ ୧ କୋଟି ଟଙ୍କା ଆୟ ହେଉଥିବାରୁ ଖର୍ଚ୍ଚ ପାଇଁ ଆଉ କୌଣସି ବିଶେଷ ଚାନ୍ଦା ମାଗିବାକୁ ପଡେ ନାହିଁ। କିନ୍ତୁ ଧନୁଯାତ୍ରାର ଇତିହାସକୁ ଦେଖିଲେ ଗତ ଦଶ ବର୍ଷ ପୂର୍ବରୁ ହୋଇଥିବା ସମସ୍ତ ଯାତ୍ରା ସହରରୁ ମିଳୁଥିବା ଚାନ୍ଦା ଓ ମହାରାଜା କରୁଥିବା ଜରିମାନା ଉପରେ ନିର୍ଭରଶୀଳ ଥିଲା। ଏହି ଜରିମାନାର ଆଦାୟ ଅର୍ଥରୁ ଯାତ୍ରାର ଖର୍ଚ୍ଚ ଚଳୁଥିବା ସହ ଏଥିପାଇଁ ଏକ ଅଲଗା କମିଟିର ମଧ୍ୟ ରହୁଥିଲା।

BargarhDhanuYatraଏହି ଜରିମାନାକୁ ନେଇ ବହୁ ସୁନ୍ଦର ସ୍ମରଣୀୟ ତଥ୍ୟଗୁଡ଼ିକ ମଧ୍ୟ ରହିଛି। ଏକଦା ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ବରଗଡ଼ ଦେଇ ଯାଉଥିବା ସମୟରେ ମହାରାଜା କଂସଙ୍କ ହାବୁଡରେ ପଡ଼ିଥିଲେ। କଂସ ମହାରାଜା ତାଙ୍କ ଗାଡ଼ିକୁ ଅଟକାଇ ଫାଇନ କଲା ପରେ ସେ ଗଣତାନ୍ତ୍ରିକ ଭାରତରେ ଏପରି ସ୍ଥାନ ଅଛି ବୋଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଧନୁଯାତ୍ରାର ଗାରିମା ବୁଝାଇ ଦିଆଯିବା ପରେ ସେ ଖୁସି ଖୁସି ଜରିମାନା ଦେଇଥିଲେ। ଅନ୍ୟ ଏକ ଘଟଣାରେ ଏଲି କଂସ ଥିବା ସମୟରେ ଜଣେ ସାଇକେଲ ଦୋକାନୀକୁ ସାଇକେଲ ଚକରେ କେତାଟି ସ୍ପୋକ ଅଛି ବୋଲି ପ୍ରଶ୍ନ କରିଥିଲେ। ତେବେ ଦୋକାନୀ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଏକ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜରିମାନା ଦେବାକୁ କହିଥିଲେ।

ସେହିପରି ଜାତୀୟ ରାଜପଥରେ ଜଣେ ସାଇକେଲ ପଛରେ ବସି ଛେଲିକୁ ବାନ୍ଧି ନେଉଥିବା ବେଳେ ତାକୁ ମଧ୍ୟ ଜରିମାନା କରି ଛେଳିକୁ ଚଲାଇ ନେବାକୁ ଆଦେଶ ଦେଇଥିଲେ। ବର୍ତ୍ତମାନ ଗତ କିଛି ବର୍ଷ ଧରି କଂସ ମହାରାଜା ବିଭିନ୍ନ ସରକାରୀ ଅଫିସକୁ ଯାଇ ସେଠାରେ ସେମାନଙ୍କର କାର୍ଯ୍ୟ ତଦାରଖ କରିବା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରୁଛନ୍ତି।

ଧନୁଯାତ୍ରାରେ ଥିବା ଏହି ଲକ୍ଷ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା କେବଳ ନାଟକର ସଂଳାପକୁ ବଳିଷ୍ଠ କରିବା ପାଇଁ। ଏହା ବଦଳରେ ଏହାକୁ କିଛି ନଗଦ ଅର୍ଥ ଆକାରରେ ପରିବର୍ତ୍ତନ କରାଯାଇ ଆଦାୟ କରାଯାଏ। ମଝିରେ କିଛି ବର୍ଷ କମିଟି ପକ୍ଷରୁ ଜରିମାନା ପାଇଁ ବିଭିନ୍ନ ଟୋକନର ବ୍ୟବସ୍ଥା ହୋଇଥିଲା। ଏହା ଅନୁସାରେ ଦୋକାନୀମାନଙ୍କୁ ଏହି ଟୋକନ ଦେଇ ମହରାଜା କହିଥିବା ଜରିମାନା ଆଦାୟ କରାଯାଉଥିଲା।

ବ୍ୟବସାୟିକ ଦୃଷିକୋଣରୁ ବହୁ ଆଗକୁ ଯାଇଥିବା ଧନୁଯାତ୍ରାରେ ଏହି ଜରିମାନାର ଅର୍ଥ ରାଶି ବର୍ତ୍ତମାନ ନଗଣ୍ୟ ସ୍ଥିତିକୁ ଆସି ଯାଇଥିଲେ ମଧ୍ୟ ପ୍ରାରମ୍ଭିକ ସମୟରେ ବହୁ ବର୍ଷ ଧରି ଏହା ଧନୁଯାତ୍ରା ଅର୍ଥନୀତିରେ ଆୟର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।

The post ବରଗଡ଼ ଧନୁଯାତ୍ରାରେ ଜରିମାନା appeared first on OdishaLIVE.


Viewing all articles
Browse latest Browse all 11715

Trending Articles