Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗୋଟିଏ ମଞ୍ଚରେ ୨ ସାଗରିକା –ଜଣେ ରିଲ୍ ଏସିପି, ଜଣେ ରିଅଲ ଡିସିପି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ମଞ୍ଚରେ ଫିଲ୍ମ ‘ଏସିପି ସାଗରିକା’ର ଅଭିନେତ୍ରୀ ଅର୍ଚ୍ଚିତା ଓ ଟ୍ରାଫିକ ଡିସିପି ସାଗରିକା ନାଥ ମହିଳାଙ୍କ ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି

କମିସନରେଟ୍‌ ପୋଲିସ୍‌ର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ଗୋଟିଏ ମଞ୍ଚରେ ନଜର ଆସିଥିଲେ ଏସିପି ସାଗରିକା ଏବଂ ଡିସିପି ସାଗରିକା। ମାତ୍ର ଫରକ ଏତିକି ଥିଲା ଯେ ଜଣେ ରିଲ ଏସିପି ଥିଲାବେଳେ ଜଣେ କିନ୍ତୁ ରିଅଲ ଡିସିପି ଥିଲେ।

ଏହି ରିଲ ଏସିପି ଜଣକ ହେଉଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ଫିଲ୍ମ ‘ଏସିପି ସାଗରିକା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ରିଅଲ ଡିସିପି ଜଣକ ଥିଲେ ସାଗରିକା ନାଥ। ଉଭୟ ଗୋଟିଏ ମଞ୍ଚରେ ଏକାଠି ଆସି ମହିଳାଙ୍କ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ।

ଏଭଳି ଏକ ମଞ୍ଚରେ କିଛି କହିବାର ସୁଯୋଗ ପାଇଥିବାରୁ କମିସନରେଟ ପୋଲିସକୁ ଧନ୍ୟବାଦ ଜଣାଇଥିଲେ ଅର୍ଚ୍ଚିତା।

‘‘ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ସବୁବେଳେ ଏକ ବ୍ୟବଧାନ ଦେଖାଯାଇଥାଏ। ଏହାର କାରଣ ଡର ବା ଅନ୍ୟ କିଛି ହୋଇପାରେ, ହେଲେ ଗତ କିଛି ଦିନ ମଧ୍ୟରେ ପୋଲିସ ଏହି ଦୂରତା କମାଇବାକୁ ଚେଷ୍ଟା କରୁଛି। ଲୋକମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛି’’, କହିଥିଲେ ଅର୍ଚ୍ଚିତା।

ସେ ଆହୁରି ମଧ୍ୟ କହିଥିଲେ ଏସ୍‌ପିଓ(ସ୍ପେଶାଲ ପୋଲିସ ଅଫିସର) କମିସନରେଟ ପୋଲିସର ଏକ ଭଲ ପଦକ୍ଷେପ।  ଜଣେ ପୋଲିସ୍ ଅଫିସରର ଯେଉଁ କ୍ଷମତା ରହିଛି ଜଣେ ଏସପିଓ ଅଧିକାରୀଙ୍କ ମଧ୍ୟ ସେହି ସେହି କ୍ଷମତା ରହିବ। ଏହି କ୍ଷମତା ଝିଅମାନେ କେବେ ହେଲେ ବେକାର ଯିବାକୁ ଦିଅନ୍ତୁ ନାହିଁ। ଝିଅମାନେ ଯଦି ଏହାର ଠିକ୍‌ ଉପଯୋଗ କରିବେ ତେବେ ଆଗାମୀ ଦିନରେ ଟୁଇନ ସିଟିରୁ ନିଶ୍ଚୟ ରୋଡ ରୋମିଓ ସଫା ହେବେ।

କମିସନରେଟ୍ ପୋଲିସର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ଓମେନ୍‌ ଏମ୍‌ପାଓ୍ୱାରମେଣ୍ଟ ଫର୍‌ ଜେଣ୍ଡର ସେନ୍‌ସେଟିଭ୍‌ ପଲିସିଙ୍ଗ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ ସ୍ପେଶାଲ୍ ପୋଲିସ୍ ଅଫିସର (ଏସପିଓ)ଙ୍କୁ ନିଯୁକ୍ତି ମିଳିଥିଲା। ଏହି କାର୍ଯ୍ୟକ୍ରମରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ ଉପସ୍ଥିତ ଥିଲେ।

ଓଲିଉଡ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଭୂମିକା, ନିହାରିକାଙ୍କୁ ମଧ୍ୟ ଏହି ମଞ୍ଚରେ ଦେଖିବାକୁ ମିଳିଥିଲା।

The post ଗୋଟିଏ ମଞ୍ଚରେ ୨ ସାଗରିକା – ଜଣେ ରିଲ୍ ଏସିପି, ଜଣେ ରିଅଲ ଡିସିପି appeared first on OdishaLIVE.


Viewing all articles
Browse latest Browse all 11715

Trending Articles