Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୨୦ରେ ଭିନ୍ନ ମୋଡ଼ ନେବ ଦେଶର ରାଜନୀତି

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୨୦ ସବୁ ରାଜନୀତିକ ଦଳ ପାଇଁ ଚାଲେଞ୍ଜ।

ରାଜନୀତି ଦୃଷ୍ଟିରୁ ନୂଆ ବର୍ଷ ସବୁ ଦଳଙ୍କ ପାଇଁ ଏକ ଚାଲେଞ୍ଜ ହେବାକୁ ଯାଉଛି। ଏବର୍ଷ ଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ହେବ। ତା’ଛଡ଼ା ରାଜ୍ୟସଭା ନିର୍ବାଚନ ବି ଅନୁଷ୍ଠିତ ହେବ। ୨୦୧୯ରେ ଯଦିଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ଦ୍ୱିତୀୟ ଥର ପାଇଁ ମୋଦୀ ସରକାର କ୍ଷମତାକୁ ଆସିଲେ ତାହା ଥିଲା ଦେଶର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ। ୩୫୦ ଆସନ ପାଇ ଏନଡିଏ ଏକ ଶକ୍ତିଶାଳୀ ସରକାର ଗଠନ କରିପାରିଥିଲା।

୨୦୧୯ରେ  ଅରୁଣାଚଳ ପ୍ରଦେଶରେ କ୍ଷମତାକୁ ଫେରିଥିଲେ ହେଁ ଆନ୍ଧ୍ରପ୍ରଦେଶ, ସିକିମ ଓ ଓଡ଼ିଶାରେ ବିଜେପି କୌଣସି ପ୍ରଭାବ ବିସ୍ତାର କରି ପାରିନଥିଲା। ପରବର୍ତ୍ତୀ ସମୟରେ ହରିଆଣା ବି ବିଜେପି ହାତରୁ ଖସୁ ଖସୁ ରହିଯାଇଥିଲା। ସେଠି ଅଗତ୍ୟା ଦୁଷ୍ୟନ୍ତ ଚଉତାଲାଙ୍କ ଦଳ ସହ ବିଜେପିକୁ ମେଣ୍ଟ କରିବାକୁ ପଡ଼ିଲା। ମହାରାଷ୍ଟ୍ରରେ ବିଜେପି ଯେଉଁଭଳି ଭାବରେ ହତାଶ ହେଲା ତାହାର ପୁନରାବୃତ୍ତି ଅନାବଶ୍ୟକ। ବର୍ଷ ଶେଷ ଆଡ଼କୁ ଝାଡ଼ଖଣ୍ଡ ବି ବିଜେପି ପାଖରୁ ଚାଲିଯାଇଥିଲା ଓ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ବିଗତ ବର୍ଷର ଦ୍ୱିତୀୟ।ର୍ଦ୍ଧରେ ମୋଦୀ ସରକାର ପକ୍ଷରୁ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଅଥଚ ବିବାଦୀୟ ନିଷ୍ପତ୍ତି ନିଆଯାଇଥିଲା ତାହାର ପ୍ରଭାବ  ଆଗାମୀ ଦିନରେ ମଧ୍ୟ ଦେଖିବାକୁ ମିଳିବ। ସତ କହିଲେ ଏନଆରସି ଓ ନାଗରିକତା ଆଇନ  ବିଜେପିକୁ ବ୍ୟାକଫୁଟକୁ ଠେଲିଦେଇଛି। ଏହାର ଫଳ ବିଜେପିକୁ  ଆଗକୁ ମଧ୍ୟ ସାମ୍ନା କରିବା ପାଇଁ ହେବ।

୨୦୨୦ ପାଇଁ ବିଜେପିର ରଣନୀତି ଇତିମଧ୍ୟରେ ପ୍ରସ୍ତୁତ କରାଯାଇ ସାରିଛି। ଦିଲ୍ଲୀରେ କ୍ଷମତାକୁ ଫେରିବା ସକାଶେ ଦଳ ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିବା ପାଇଁ ଯାଉଛି। ୧୯୯୮ ପରଠାରୁ ଦିଲ୍ଲୀରେ ବିଜେପି କ୍ଷମତାର ବାହାରେ ରହିଛି। ୨୦୧୪ରେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ସରକାର ଗଠନ କରିବା ପରେ ବିଜେପି ତାର ଆକ୍ରମଣ ଜାରି ରଖି ଆସିଛି। ଆସନ୍ତା ଦୁଇ ମାସ ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

ଡିସେମ୍ବର ୨୨ ତାରିଖରେ ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପ୍ରକାର ଦଳର ନିର୍ବାଚନ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ବୁଝିବାକୁ ହେବ। ଇତି ମଧ୍ୟରେ ଆମ୍‌ ଆଦମୀ ପାର୍ଟିରେ ପ୍ରଶାନ୍ତ କିଶୋର ମୁଖ୍ୟ ରଣନୀତିକାର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏଣେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆହୁରି ମଧ୍ୟ ଦେଖାଯାଇଛି ଯେ ଭୋଟରମାନେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଲଗା ଅଲଗା ମତ ପ୍ରକାଶ କରୁଛନ୍ତି। ତେଣେ ବିହାରରେ ବିଜେପି ଓ ନୀତିଶ କୁମାରଙ୍କ ଜନତା ଦଳ ଭିତରେ ସମ୍ପର୍କ ଏତେ ମଧୁର ନାହିଁ। ଯଦିଓ କୁମାରଙ୍କ ନେତୃତ୍ୱରେ ହିଁ ମେଣ୍ଟ ନିର୍ବାଚନ ଲଢ଼ିବ ବୋଲି ଅମିତ ଶହ କହିଛନ୍ତି, ଦୁଇ ମେଣ୍ଟ ଦଳ ଭିତରେ ସବୁ କିଛି ଠିକ୍ ଚାଲିଛି ଏକଥା କୁହାଯାଇପାରିବ ନାହିଁ। ନିର୍ବାଚନରେ ବିଜେପି ଜେଡିୟୁ ମେଣ୍ଟ କ୍ଷମତାକୁ ଆସିବ କି କଂଗ୍ରେସ, ଲାଲୁ ଯାଦବଙ୍କ ଦଳ ବାଜି ମାରିନେବ ତାହା ଦେଖିବା କଥା।

ଲୋକସଭାରେ ବିଜେପି ମେଣ୍ଟର ପ୍ରବଳ ସଂଖ୍ୟା ଥିବା ବେଳେ ରାଜ୍ୟସଭାରେ ଦଳ ଏବେ ବି ଦୁର୍ବଳ। ୨୦୧୪ ପରଠାରୁ ଅବଶ୍ୟ ବିଜେପିର ସଂଖ୍ୟା ବୃଦ୍ଧି ପାଇ ଆସିଛି, ତଥାପି ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍‌ କରିବା ପାଇଁ ବିଜେପିକୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡୁଛି। ରାଜ୍ୟସଭାର ୭୩ ଆସନ ପାଇଁ ଫେବ୍ରୁଆରି, ଜୁନ, ଜୁଲାଇ ଓ ନଭମ୍ବରରେ ନିର୍ବାଚନ ହେବ। ଏହି ସବୁ ରାଜ୍ୟରୁ ବିଜେପିକୁ କେତୋଟି ଆସନ ମିଳିବ ତାହା ଅନୁମାନର ପ୍ରଶ୍ନ। ସେହିଭଳି ଜମ୍ମୁ କଶ୍ମୀର ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବାର ସମ୍ଭାବନା ରହିଛି। ବିଭାଜନ ପରେ ଜମ୍ମୁ କଶ୍ମୀରର ରାଜନୈତିକ ମାନଚିତ୍ର ନୂତନ ଭାବେ ଆଙ୍କିବା ପରେ ଯାଇ ସେଠି ନିର୍ବାଚନ ସମ୍ଭବ ହୋଇପାରିବ।

୨୦୨୦ ଶେଷ ଆଡ଼କୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆସନ୍ତା ବର୍ଷ ଏପ୍ରିଲ ଓ ମେ ମାସରେ ଏହି ସବୁ ନିର୍ବାଚନ ଅନୁଷ୍ଠିତ ହେବ।

ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁସାରେ ଏନଆରସି ଓ ସିଏଏକୁ ନେଇ ଆସାମ ସମେତ ବହୁ ରାଜ୍ୟରେ ବିଜେପିକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୨୦ ବର୍ଷଟି  ଯେତିକି ଯେତିକି ଆଗେଇବ ଦେଶର ରାଜନୈତିକ ଚିତ୍ର ସେତିକି ସେତିକି ବଦଳିବ ଏକଥା ସ୍ପଷ୍ଟ।

The post ୨୦୨୦ରେ ଭିନ୍ନ ମୋଡ଼ ନେବ ଦେଶର ରାଜନୀତି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images