Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବରଗଡ଼ ଧନୁଯାତ୍ରାର କାହାଣୀକୁ ନେଇ କେତେ ପୁସ୍ତକ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ଜୟପ୍ରକାଶ ଶତପଥୀ): ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ସଂପର୍କରେ ସ୍ମରଣିକା ସହ ଅନେକ ପୁସ୍ତକ ପ୍ରକାଶିତ ହୋଇଛି। ଧନୁଯାତ୍ରାର ରଜତ ଜୟନ୍ତୀ ସମାରୋହରେ ପ୍ରଥମ ଥର ପାଇଁ ଧନୁଯାତ୍ରା ସ୍ମରଣିକା ପ୍ରକାଶିତ ହୋଇଥିଲା। ବିଶିଷ୍ଟ ସାହିତ୍ୟକ ଗୌରାଙ୍ଗ ଚରଣ ଦାଶ ବରଗଡ଼ ପଞ୍ଚାୟତ କଲେଜରେ ଅଧ୍ୟାପନା କରୁଥିବା ସମୟରେ ଯାତ୍ରା ବିଷୟରେ ଗବେଷଣା ଆରମ୍ଭ କରିଥିଲେ ଏବଂ ତାଙ୍କ ଦ୍ୱାରା ଲିଖିତ ‘ଧନୁଯାତ୍ରା ଓ ଅନ୍ୟାନ୍ୟ ପ୍ରବନ୍ଧ’ ପୁସ୍ତକ ୧୯୯୭ରେ ପ୍ରକାଶିତ ହୋଇଥିଲା।
ଏହାପରେ ଭାଗିରଥୀ ନେପାକ ମଧ୍ୟ ଏ ବିଷୟରେ ଏକ ଛୋଟ ପୁସ୍ତକ ଲେଖିଥିଲେ। ୨୦୧୧ରେ ଧନୁଯାତ୍ରାର ନିର୍ଦ୍ଦେଶକ ଥିବା ଶିକ୍ଷାବିତ୍ ବୁଦ୍ଧଦେବ ପ୍ରଧାନଙ୍କ ଇଂରାଜୀ ପୁସ୍ତକ ‘ଲିଜେଣ୍ଡ୍ରି ଧନୁଯାତ୍ରା ମହୋତ୍ସବ’ ପ୍ରକାଶିତ ହୋଇଥିଲା। ସେହିପରି ୨୦୧୫ରେ ଡକ୍ଟର ଗିରିଶ ଚନ୍ଦ୍ର ଶତପଥୀ ଓ ଅନୁପ ଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଭୁବନେଶ୍ୱରରୁ ଧନୁଯାତ୍ରା ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଡକ୍ଟର ରବିନାରାୟଣ ସାହୁ ଧନୁଯାତ୍ରାର କଳାକାରମାନଙ୍କ ବିଷୟରେ ‘ବରଗଡ଼ ଧନୁଯାତ୍ରା ଏକ ପରିଚୟ’ ପୁସ୍ତକ ରଚନା କରିଥିଲେ।୨୦୧୯ରେ ଓଡ଼ିଶାଲାଇଭ୍‌ ମିଡିଆ ପକ୍ଷରୁ ଇଂରାଜୀ ଭାଷାରେ ପ୍ରସ୍ତୁତ କଫି ଟେବୁଲ ବୁକ୍‌ ‘କଂସ ମହାରାଜା- ଦ ହିରୋ ଅଫ୍‌ ବରଗଡ଼ ଧନୁଯାତ୍ରା’ ପୁସ୍ତକ ଉନ୍ମୋଚନ ହୋଇଥିଲା।Kansa Maharajaଚଳିତ ବର୍ଷ ମଧ୍ୟ ଡକ୍ଟର ରବିନାରାୟଣ ସାହୁଙ୍କ ପୁସ୍ତକ ‘ଏଗାର ଦିନର ଧନୁଯାତ୍ରା’ ଉନ୍ମୋଚିତ ହେବ। ଧନୁଯାତ୍ରା କମିଟି ପକ୍ଷରୁ ମଧ୍ୟ ‘ଧନୁଷ୍ପଭ୍ରା’ ନାମରେ ଏକ ସ୍ମରଣିକା କିଛି ବର୍ଷ ହେବ ପ୍ରକାଶିତ ହୋଇଆସୁଛି। ବର୍ତ୍ତମାନ ଏହି ଯାତ୍ରାର ବ୍ୟାପକତାକୁ ଲକ୍ଷ୍ୟ କଲେ ଭବିଷ୍ୟତରେ ଆହୁରି ମଧ୍ୟ ଗବେଷକ ଓ ଲେଖକ ଏଥିପାଇଁ ଆଗେଇ ଆସିବେ ବୋଲି ଆଶା କରାଯାଉଛି।

 

 

The post ବରଗଡ଼ ଧନୁଯାତ୍ରାର କାହାଣୀକୁ ନେଇ କେତେ ପୁସ୍ତକ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles