ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଯିବ ଶ୍ରୀକ୍ଷେତ୍ର ରୂପରେଖ। ନୂଆରୂପରେ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର।
ନୂଆ ରୂପରେ ଶ୍ରୀକ୍ଷେତ୍ର। ସମ୍ନାକୁ ଆସିଛି ବହୁପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡରର ଝଲକ। କିଭଳି ଭାବେ ପବିତ୍ର ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳିଯିବ, ତା’ର ଚିଠା ଡିଜାଇନ୍ ପ୍ରସ୍ତୁତ ହୋଇଛି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଠା ଡିଜାଇନ୍ର ଲୋକାର୍ପିତ କରିଥିଲେ।
ଡିଜାଇନ୍ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ନବକଳେବର ରୂପ ଦେଖିବାକୁ ମିଳିଛି। ଏହି ଡିଜାଇନ୍ରେ ଆଖି ଝଲସିଆ ସୌନ୍ଦର୍ଯ୍ୟକରଣ ଚିତ୍ର ଦୃଶ୍ୟମାନ ହୋଇଛି। ସବୁଠି ଜଗନ୍ନାଥ କଳା ସଂସ୍କୃତି ଓ ଓଡ଼ିଆ କଳାର ଝଲକ ରହିଛି।
ଶ୍ରୀମନ୍ଦିର ଚୌହଦୀରେ ଦେଖିବାକୁ ମିଳିବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଦେଖିବାକୁ ମିଳିବ।
ଏହି ଡିଜାଇନ୍ରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖରେ ଅତି ପ୍ରଶସ୍ତ ପରିକ୍ରମା ମାର୍ଗ। ମାର୍ଗ କଡ଼ରେ ସୃଷ୍ଟି ହେବ ସବୁଜ ବଳୟ। ଭକ୍ତମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ରହିବ।
ଯାତ୍ରୀମାନଙ୍କ ହାତ ପାଦ ପ୍ରକ୍ଷାଳନ ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟ ବି ବିକାଶ କରାଯିବ।
ଡିଜାଇନ୍ରେ ରଥଚକଡ଼ାରେ ଆକର୍ଷଣୀୟ ଝୋଟି ଚିତା, ଭକ୍ତ ଉପଯୋଗୀ ନୂଆ ବ୍ୟାରିକେଡ୍, ପଥଚାରୀଙ୍କ ପାଇଁ ବଡ଼ଦାଣ୍ଡରେ ସ୍ଵତନ୍ତ୍ର କରିଡର, ଆଲୋକମାଳାରେ ସୁସଜ୍ଜିତ ମେଘନାଦ ପାଚେରି ଓ ଏହାର କେତେକ ଝଲକ।
ଏହି ଭିଡିଓରେ ପାଠାଗାର, ଶ୍ରୀମନ୍ଦିର ଚୌହଦୀ ପ୍ରବେଶ ପଥ, ଧ୍ୟାନ ସ୍ଥଳ, ପ୍ରଦର୍ଶନୀ ଆର୍ଟ ପ୍ୟାଭିଲିୟନ୍, ଦର୍ଶନ ଟାଓ୍ଵାର, ବଟାନିକାଲ ପାର୍କ, ଖାଦ୍ୟ ସାମଗ୍ରୀ ଷ୍ଟଲ, ବସିବା ପାଇଁ ସ୍ଥାନ, ତର୍ପଣ ସ୍ଥଳ, ପଦ୍ମ ପୋଖରୀ, ରଥଖଳା ଆଦିର ଡିଜାଇନ୍ ପ୍ରଦର୍ଶିତ ହୋଇଛି।
The post ପୁରୀ ଐତିହ୍ୟ କରିଡର ବଦଳିବା ପରେ କେମିତି ଦିଶିବ ଶ୍ରୀକ୍ଷେତ୍ର? ଦେଖନ୍ତୁ ଭିଡିଓ appeared first on OdishaLIVE.