Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜେନେରାଲ ବିପିନ ରାୱତଙ୍କୁ ଜାଣନ୍ତୁ, ଯିଏ ହେଲେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ(ସିଡିଏସ୍‌) ହେଲେ ଜେନେରାଲ ବିପିନ ରାୱତ। ବର୍ତ୍ତମାନ ସେ ଭାରତର ତିନି ସେନା ଜଳ, ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟ ଭାବେ କାର୍ଯ୍ୟକରିବେ। ଚିଫ୍‌ ଅଫ୍‌ ଡିଫେନ୍ସ ୩ ସେନା ମଧ୍ୟରେ ତାଳମେଲ ରଖିବା ପାଇଁ କାମ କରିବେ। ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ପଦ ଅଳଙ୍କୃତ କରିଥିବା ଜେନେରାଲ ବିପିନ ରାୱତଙ୍କ ବିଷୟରେ ଆସନ୍ତୁ ଜାଣିବା।

୧୯୫୮ ମସିହା ମାର୍ଚ୍ଚ ୧୬ ତାରିଖରେ ବିପିନ ରାୱତ ଉତ୍ତରଖଣ୍ଡର ପୌଡି ଗଢବାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ଅନେକ ସମୟରୁ ଦେଶର ସେବା କରିଆସିଛି। ବିପିନ ରାୱତଙ୍କ ପିତା ଲକ୍ଷ୍ମଣ ସିଂହ ରାୱତ ମଧ୍ୟ ସେନାରେ ଲେପ୍ଟେନାଣ୍ଟ ଜେନେରାଲ ରହିସାରିଛନ୍ତି। ରାୱତ ନିଜ ଶିକ୍ଷା ଡେହରାଡୁନ୍‌ ଜାତୀୟ ଡିଫେନ୍ସ ସ୍କୁଲ ଏବଂ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀରେ ଶେଷ କରିଥିଲେ।

ଜେନେରାଲ ବିପିନ ରାୱତ ଡିଫେନ୍ସ ସର୍ଭିସେଜ୍‌ ଷ୍ଟାଫ୍‌ କଲେଜ୍‌ ୱେଲିଂଟନ୍‌ରେ ସ୍ନାତକ ଲାଭ କରିଥିଲେ। ତାଙ୍କୁ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଡିଫେନ୍ସ ଷ୍ଟଡିଜ୍‌ରେ ଏମ୍‌ଫିଲ୍‌ , ମ୍ୟାନେଜ୍‌ମେଣ୍ଟ୍‌ ଓ କମ୍ପ୍ୟୁଟର ଷ୍ଟଡିଜ୍‌ରେ ଡିପ୍ଲୋମା ହାସଲ କରିଛନ୍ତି।

୨୦୧୧ ମସିହାରେ ମେରଠ୍‌ର ଚୌଧୂରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରେ ସୈନ୍ୟ ମିଡିଆ ଶିକ୍ଷକ ଅଧ୍ୟୟନରେ ଡକ୍ଟରେଟ୍‌ ଅଫ୍‌ ଫିଲୋସଫିରେ ସମ୍ମାନିତ କରାଯାଇଥିଲା।

୧୯୭୮ ଡିସେମ୍ବର ୧୬ରେ ଭାରତୀୟ ସେନାରେ ଆରମ୍ଭ ହୋଇଥିଲା ବିପିନ ରାୱତଙ୍କ କ୍ୟାରିଅର। ସେ ୧୧ ଗୋର୍‌ଖା ରାଇଫଲ୍‌ର ପଞ୍ଚମ ବାଟାଲିଅନ୍‌ଣେ ଖମିସନ ପଦବୀରେ ନିଯୁକ୍ତି ପାଇଥିଲେ। ଏହା ତାଙ୍କ ବାପାଙ୍କ ୟୁନିଟ୍‌ ଥିଲା। ଏହାପରେ ତାଙ୍କୁ ଡେହରାଡୁନ୍‌ରେ ‘ସ୍କ୍ୱାଡ୍‌ ଅଫ୍‌ ଅନର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ୟୁନାଇଟେଡ୍‌ ନେସନ ସହ କାମ କରୁଥିବା ବେଳେ ବିପିନ ରାୱତଙ୍କୁ ଦୁଇ ଥର ଫୋର୍ସ କମାଣ୍ଡରର କମେଣ୍ଡେସନରେ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଜେନେରାଲ ବିପିନ ରାୱତ ଆତଙ୍କବାଦ ବିରୋଧରେ ସୈନ୍ୟ ଅଭିଯାନ ସଞ୍ଚାଳନ କରିବାର ବଳିଷ୍ଠ ଅବଦାନ ରହିଛି। ଏହି କ୍ଷେତ୍ରରେ ସେ ୧୦ ବର୍ଷ କାମ କରିସାରିଛନ୍ତି।

ନିକଟରେ କେନ୍ଦ୍ର ସରକାର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ର କାର୍ଯ୍ୟକାଳ ୩ ବର୍ଷ ବଢ଼ାଇଦେଇଛନ୍ତି। ଏବେ ଚିଫ୍‌ ଅଫ୍‌ ଡିଫେନ୍ସ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ପୂର୍ବରୁ ଏହା ୬୨ ବର୍ଷରେ ଯାଏଁ ଥିଲା। ବର୍ତ୍ତମାନ ବିପିନ ରାୱତ ଆଗାମୀ ୪ ବର୍ଷ ଯାଏଁ ଦେଶର ଚିଫ୍‌ ଅଫ୍‌ ଡିଫେନ୍ସ ରହିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

The post ଜେନେରାଲ ବିପିନ ରାୱତଙ୍କୁ ଜାଣନ୍ତୁ, ଯିଏ ହେଲେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images