Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ବାଚନ ପ୍ରଚାରରେ ଇଣ୍ଟରନେଟ୍ ବ୍ୟବହାର କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ବାଜପେୟୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମସିହା ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଇଣ୍ଟରନେଟରେ ନିର୍ବାଚନ ପ୍ରଚାର କରିଥିଲେ ବାଜପେୟୀ।

ଆଜିର ସମୟରେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକମାନଙ୍କ ପାଇଁ ଇଣ୍ଟରେନେଟ୍ ଗୋଟିଏ  ଅତ୍ୟାବଶ୍ୟକ ଜିନିଷ ହୋଇପଡ଼ିଛି। ଏହା ବିନା ଏବେ ଜୀବନ ଜିଇବା କଷ୍ଟକର ହୋଇଗଲାଣି। ନିର୍ବାଚନ ଖବରଠାରୁ ଆରମ୍ଭ କରି ସାଧାରଣ ଜ୍ଞାନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧାସୁଯୋଗ ଏବେ ଆମେ ଇଣ୍ଟରନେଟରେ ପାଇପାରୁଛେ।ଏପରିକି ନେତାମାନେ ମଧ୍ୟ ନିଜର ନିର୍ବାଚନ ପ୍ରଚାର ପାଇଁ ଇଣ୍ଟରନେଟକୁ ବ୍ୟବହାର କରୁଛନ୍ତି। ସୋସିଆଲ୍ ମିଡିଆ ସାହାଯ୍ୟରେ ନେତାମାନେ ଲୋକମାନଙ୍କର ନିକଟତର ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଆପଣ ଜାଣିଛନ୍ତି କି? ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ନିର୍ବାଚନ ପ୍ରଚାରରେ ଇଣ୍ଟରନେଟର ବ୍ୟବହାର କରିଥିଲେ।

ଇଣ୍ଟରନେଟରେ ନିର୍ବାଚନ ପ୍ରଚାର

୧୯୯୮ ମସିହାରେ କେନ୍ଦ୍ରରେ ବାଜପେୟୀଙ୍କ ୧୩ ମାସର ସରକାର ଭାଙ୍ଗିଯାଇଥିଲା। ଏହାପରେ ୧୯୯୯ ମସିହାରେ ସାରା ଦେଶରେ ପୁଣିଥରେ ଲୋକସଭା ନିର୍ବାଚନ ହେବାକୁ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ବାଜପେୟୀ ଲକ୍ଷ୍ନୌ ଲୋକସଭା ଆସନରୁ ନିର୍ବାଚନ ଲଢୁଥାନ୍ତି। ସେ ସମୟରେ ଭାରତକୁ ନୂଆ ନୂଆ ଇଣ୍ଟରନେଟ୍ ଆସିଥାଏ।ଏହି ସମୟରେ ବାଜପେୟୀ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଥମେ ଇଣ୍ଟରନେଟର ବ୍ୟବହାର କରିଥିଲେ। ଜଣେ ପ୍ରଧାନମନ୍ତ୍ରୀଭାବେ ସେ ପ୍ରଥମ କରି ନିର୍ବାଚନ ପ୍ରଚାରରେ ଇଣ୍ଟରନେଟର ବ୍ୟବହାର କରିଥିଲେ। ତାଙ୍କ ପୂର୍ବରୁ କୌଣସି ବି ନେତା ନିର୍ବାଚନ ପ୍ରଚାରରେ ଇଣ୍ଟରନେଟ୍ ବ୍ୟବହାର କରିନଥିଲେ।

ଏଥିପାଇଁ ଉତ୍ତରପ୍ରଦେଶ ବିଜେପି ମୁଖ୍ୟାଳୟରେ ଏକ ୱେବସାଇଟର ଉନ୍ମୋଚନ କରିଯାଇଥିଲା। ଏହି ୱେବସାଇଟର ନାଁ ଥିଲା VoteForAtal.com।  ଏହି ୱେବସାଇଟକୁ ବଲିଉଡ୍ ଅଭିନେତା ବିନୋଦ ଖାନ୍ନା ଉନ୍ମୋଚନ କରିଥିଲେ। ଏହି ୱେବସାଇଟ୍ ମାଧ୍ୟମରେ ବାଜପେୟୀ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଥିଲା।୧୯୯୫ରେ ଭାରତରେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍

୧୯୯୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତରେ ପ୍ରଥମ କରି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିଲା। ବିଦେଶ ସଂଚାର ନିଗମ ଲିମିଟେଡ୍ ପ୍ରଥମ କରି ଟେଲିଫୋନ୍ ଲାଇନ୍ ଜରିଆରେ କମ୍ପ୍ୟୁଟରକୁ ଇଣ୍ଟରେନଟ୍ ଯୋଗାଉଥିଲା। ଏହାପରେ ୧୯୯୮ ମସିହା ବେଳକୁ ଦେଶରେ ଇଣ୍ଟରନେଟ୍ ସାରା ଦେଶରେ ପରିଚିତ ହୋଇସାରିଥିଲା ଏହାପରେ ୧୯୯୯ ମସିହାରେ ବାଜପେୟୀ ପ୍ରଚାରରେ ଇଣ୍ଟରନେଟର ବ୍ୟବହାର କରିଥିଲେ। ଏହି ଲୋକସଭା ନିର୍ବାଚନରେ ବାଜପେୟୀ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଇଣ୍ଟରନେଟ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକ ନେଇଥିଲା ବୋଲି କୁହାଯାଇଥିଲା।

The post ନିର୍ବାଚନ ପ୍ରଚାରରେ ଇଣ୍ଟରନେଟ୍ ବ୍ୟବହାର କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ବାଜପେୟୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images