ଓଡ଼ିଶାଲାଇଭ୍ ବ୍ୟୁରୋ
ସାନ୍ତା କ୍ଲଜ ରୂପରେ ଦେଖାଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।
ଆଜି ସାରା ଦେଶରେ ବଡ଼ଦିନ ଜୋରସୋରରେ ପାଳନ କରାଯାଉଛି। ଏଥିପାଇଁ ଚର୍ଚ୍ଚମାନଙ୍କରେ ଲୋକଙ୍କ ଗହଳି ମଧ୍ୟ ଲାଗିରହିଛି। ଛୋଟ ପିଲାମାନେ ଏହିଦିନ ସାନ୍ତା କ୍ଲଜଙ୍କୁ ଅପେକ୍ଷା କରି ବସିଥାନ୍ତି। ସାନ୍ତା କ୍ଲଜ୍ ଆସିବେ, ଆଉ ସେମାନଙ୍କୁ ବହୁତ ସାରା ଗିଫ୍ଟ ଦେବେ।
କୋଲାକାତାର ଗୋଟିଏ ଶିଶୁ ଆଶ୍ରୟସ୍ଥଳୀର ପିଲାମାନଙ୍କର ଏପରି ଆଶାକୁ ପୂରଣ କରିଛନ୍ତି ବିରାଟ କୋହଲି। ବିରାଟ ସେମାନଙ୍କ ପାଇଁ ରାତିରେ ସାନ୍ତା କ୍ଲଜ ସାଜି ବହୁତ ସାରା ଗିଫ୍ଟ ନେଇ ଦେଇଛନ୍ତି। ଏହାର ଏକ ଭିଡିଓ ବର୍ତ୍ତମାନ ଷ୍ଟାର ସ୍ପୋର୍ଟସରେ ଦେଖିବାକୁ ମିଳିଛି।
Watch @imVKohli dress up as
and bring a little Christmas cheer to the kids who cheer our sportspersons on, all year long!
This joyful season, let’s remember to spread the love. pic.twitter.com/VF8ltmDZPm
— Star Sports (@StarSportsIndia) December 20, 2019
ଭିଡିଓରେ କୋଲକାତାର ଗୋଟିଏ ଶିଶୁ ଆଶ୍ରୟସ୍ଥଳୀକୁ ଦେଖାଯାଇଛି। ସେଠାକାର ପିଲାମାନେ ବଡ଼ ଦିନରେ ସାନ୍ତା କ୍ଲଜଙ୍କଠାରୁ କଣ ପାଇବାକୁ ଚାହୁଁଛନ୍ତି ପ୍ରଥମେ ଏହି ଭିଡିଓରେ ଦେଖିବାକୁ ମିଳୁଛି। ଏହାସହ ବିରାଟ ପିଲାମାନଙ୍କର ଏହି ଭିଡିଓଟି ଦେଖୁଛନ୍ତି। ଏପରିକି ସେମାନଙ୍କ ଭିତରୁ କେତେକ ପିଲା ବଡ଼ଦିନରେ ବିରାଟ କୋହଲିଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା କହୁଛନ୍ତି। ଏହାକୁ ଶୁଣି ବିରାଟ ହସିବାକୁ ଆରମ୍ଭ କରିଦେଉଛନ୍ତି।ଏହାପରେ ରାତିରେ ସାନ୍ତା କ୍ଲଜ ସାଜି ବିରାଟ ସେହି ପିଲମାନଙ୍କ ପାଖରେ ପହଞ୍ଚିଯାଉଛନ୍ତି। ସାନ୍ତା କ୍ଲଜ ରୂପରେ ବିରାଟଙ୍କୁ ପିଲମାନେ ହଠାତ୍ ଜାଣିପାରୁନାହାନ୍ତି। ସାନ୍ତା କ୍ଲଜ୍ ସାଜି ପିଲାମାନଙ୍କୁ ଗିଫ୍ଟ ଦେବା ପରେ ବିରାଟ ନିଜର ସାନ୍ତା କ୍ଲଜ ଅବତାରରୁ ବାହାରି ଆସି ତାଙ୍କର ପରିଚୟ ଦେଉଛନ୍ତି। ବିରାଟ କୋହଲିଙ୍କୁ ପାଖରେ ପାଇ ପିଲାମାନେ ଖୁସିରେ ପାଗଳ ହେଇଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
ଏହି ସମୟ ବିରାଟଙ୍କ ପାଇଁ ବେଶ୍ ଖୁସିର ମୂହୁର୍ତ୍ତ ଥିଲା। ପିଲାମାନେ ଏହି ସମୟକୁ ବେଶ ଉପଭୋଗ କରିଥିଲେ ବୋଲି ବିରାଟ କହିଛନ୍ତି।
The post ସାନ୍ତା କ୍ଲଜ୍ ହୋଇ କୁନି କୁନି ପିଲାଙ୍କୁ ଚମକାଇ ଦେଲେ ବିରାଟ, ଦେଖନ୍ତୁ ଭିଡିଓ appeared first on OdishaLIVE.