Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୧୯ରେ ବୋବାଲ କଲେ ରାନୀ ପଣ୍ଡା

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟଟେନମେଣ୍ଟ ବ୍ୟୁରୋ

୨୦୧୯ରେ ରାତାରାତି ଚର୍ଚ୍ଚାର ଘେରରେ ରହି ବୋବାଲ କରିଥିଲେ ଆଇଟମ୍‌ ଗର୍ଲ ରାନୀ ପଣ୍ଡା। ଗୋଟିଏ ରାତିରେ କେମିତି ସେ ଯାତ୍ରା ମଞ୍ଚକୁ ହୁଲସ୍ତୁଲ କରିଥିଲେ ଜାଣନ୍ତୁ, ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ବ୍ୟାକ୍‌-୨୦୧୯’ ରିପୋର୍ଟରେ।

ଉଣେଇଶି ଶେଷ ହେବାକୁ ଆଉ ମାତ୍ର ଗୋଟେ ସପ୍ତାହ। ସମସ୍ତେ ଅନେଇ ବସିଛନ୍ତି କୋଡ଼ିଏ କୋଡ଼ିଏକୁ ସ୍ଵାଗତ କରିବା ପାଇଁ। ହେଲେ ୨୦୧୯ ସମସ୍ତଙ୍କ ପାଇଁ ଏକ ଐତିହାସିକ ବର୍ଷ। କେବଳ ଫିଲ୍ମ ଜଗତ ନୁହେଁ ଯାତ୍ରା ଜଗତରେ ବି ୨୦୧୯ ଥିଲା ବେଶ୍‌ ରୋମାଞ୍ଚକର। ଏହି ଯାତ୍ରା ମଞ୍ଚରେ ବୋବାଲ କରି ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ରାନୀ। ଓଡ଼ିଆ ଫିଲ୍ମ ଜଗତ, ଓଡ଼ିଆ ଯାତ୍ରା ଜଗତ ଏବଂ ଓଡ଼ିଆ ଦର୍ଶକଙ୍କ ମନରେ ଛାପ ଛାଡ଼ିଦେଇଥିଲେ ରାନୀ ପଣ୍ଡା।

ରେକର୍ଡ ଡ୍ୟାନ୍ସ କରି ଚର୍ଚ୍ଚାରେ ରାନୀ

୨୦୧୯ର ପ୍ରଥମାର୍ଦ୍ଧରେ ଚର୍ଚ୍ଚାରେ ଆସିଥିଲେ ରାନୀ। ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଶେଷ ରାତିରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରି ସେ ଯାତ୍ରାମଞ୍ଚକୁ ହୁଲସ୍ତୁଲ କରିଥିଲେ। କେବଳ ଗଣମାଧ୍ୟମରେ ନୁହେଁ ବିଭିନ୍ନ ସୋସିଆଲ ମିଡିଆରେ ରାନୀ ପଣ୍ଡାଙ୍କ ରେକର୍ଡ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା।

ରାନୀ ଯାତ୍ରା ମଞ୍ଚରେ ରେକର୍ଡ ଡ୍ୟାନ୍ସ କରିବା ପରେ ତଳକୁ ଆସି ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେଇଥିଲେ। ଏହି ଘଟଣା ପରେ ରାନୀଙ୍କ ନାଁରେ ବିବାଦ ଆରମ୍ଭ ହୋଇଥିଲା।

ରାନୀଙ୍କ ବିରୋଧରେ ଥାନାରେ ଏତଲା

ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଏବଂ ମଞ୍ଚରୁ ଓହ୍ଲାଇ ଦର୍ଶକଙ୍କ କାନ କାମୁଡ଼ିବା ଘଟଣାରେ ରାନୀଙ୍କ ବିରୋଧରେ ଏତଲା ଦେଇଥିଲା କଳିଙ୍ଗ ସେନା।

ବଲିଉଡ ଆଇଟମ୍‌ ଗର୍ଲ ସନି ଲିଓନିଙ୍କଠୁ ରାନୀ ବଳି ଯାଇଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ ହୋଇଥିଲା। କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ ଅଭିଯୋଗ କରିଥିଲେ ଯେ, ଖଣ୍ଡଗିରି ଏକ ଐତିହାସିକ ପୀଠ। ସେଠାରେ ମୁନି ଋଷିମାନେ ତପସ୍ୟା କରୁଛନ୍ତି। ଖଣ୍ଡଗିରି ଏକ ସାଧନାର ପୀଠ। ଏଭଳି ପବିତ୍ର ସ୍ଥାନରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ। ଆଗାମୀ ଦିନରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଲେ ପରିସ୍ଥିତି ଭୟାଭୟ ହେବ ବୋଲି କଳିଙ୍ଗ ସେନା ମୁଖ୍ୟ ଅଭିଯୋଗ କରିଥିଲେ।

‘‘ଯେଉଁ ଲୋକ ବିରୋଧ କରୁଛନ୍ତି, ସେହି ଲୋକ ସିଟି ମାରନ୍ତି’’

ରାନୀଙ୍କ ନାଁରେ ଥାନାରେ ଏତଲା ଓ ବିଭିନ୍ନ ସଙ୍ଗଠନରୁ ଅଭିଯୋଗ ଆସିବା ପରେ ସେ ନିଜ ପ୍ରତିକ୍ରିୟା ରଖିଥିଲେ।

ରାନୀ କହିଥିଲେ, ‘‘ମୁଁ ଯେତେବେଳେ କଷ୍ଟରେ ରହୁଥିଲି ସେତେବେଳେ ମତେ ସାହାଯ୍ୟ କରିବାକୁ କେହି ନଥିଲେ। ତା ପରେ ମୁଁ ଅଭିନୟ ଦୁନିଆରେ ପ୍ରବେଶ କଲି।’’

ରାନୀ ୩ ବର୍ଷ ହେବ ଯାତ୍ରା ଦୁନିଆରେ ଅଭିନୟ କରୁଛନ୍ତି। ସେ ଯାତ୍ରା ପାର୍ଟି ରଙ୍ଗମହଲ, ଇଷ୍ଟର୍ଣ୍ଣ ମିଡିଆ ଓ ସଚ୍ଚିଦାନନ୍ଦମ୍‌ରେ ଆଇଟମ୍‌ ଗର୍ଲ ଭାବେ କାମ କରିଛନ୍ତି।

ରାନୀଙ୍କ କହିବା କଥା ଯେ, ତାଙ୍କ ଆଇଟମ୍‌ ଡ୍ୟାନ୍ସ ଦ୍ଵାରା ଲୋକମାନେ ଏଣ୍ଟରଟେନ ହେଉଛନ୍ତି। ଯେଉଁ ଦର୍ଶକ ତାଙ୍କ ଡ୍ୟାନ୍ସକୁ ନେଇ ଆପତ୍ତି ପ୍ରକାଶ କରୁଛନ୍ତି, ଦିନେ ସେହି ଦର୍ଶକ ତାଙ୍କ ନାଚ ଦେଖି ସିଟି ଓ ତାଳି ମାରିଥିଲେ। ତାଙ୍କ ପାଇଁ ତାଙ୍କ ଦର୍ଶକ ସବୁକିଛି ବୋଲି ସେ କହିଥିଲେ।

ରାତ୍ରୀ ଯାପନ ପାଇଁ ରାନୀଙ୍କୁ ଆସୁଥିଲା ଅଫର

ଯାତ୍ରା ମଞ୍ଚରେ ରେକର୍ଡ ଡ୍ୟାନ୍ସ ଓ ଅଶ୍ଳୀଳ ନୃତ୍ୟ ପରେ ବିବାଦ ରାନୀଙ୍କର ପିଛା ଛାଡ଼ି ନଥିଲା। ଗଣମାଧ୍ୟମଠାରୁ ଆରମ୍ଭ କରି ସବୁଆଡ଼େ କେବଳ ରାନୀ ହିଁ ରାନୀ।

ରାନୀ ପଣ୍ଡାଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିବା କଥା ରାନୀ ଥାନାରେ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ ରାନୀ ଅଭିଯୋଗ କରିଥିଲେ ଯେ, କେହି ଜଣେ ତାଙ୍କ ଫେସ୍‌ବକୁ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିବା ସହ ସେଥିରେ ରାନୀଙ୍କ ମୋବାଇଲ ନମ୍ବର ଆଡ କରିଛି।

ଏହାସହ ସେ କହିଥିଲେ ଯେ, ତାଙ୍କ ପାଖକୁ ୧୦ହଜାରରୁ ଅଧିକ କଲ୍‌ ଆସିଛି। କିଛି ଲୋକ ତାଙ୍କୁ ଫୋନ୍‌ କରି ରାତ୍ରୀଯାପନ ଲାଗି ଲକ୍ଷ ଲକ୍ଷ ଟଙ୍କାର ଅଫର ଦେଉଛନ୍ତି ତ କିଛି ଲୋକ ଫୋନ୍‌ କରି ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି।

 ରାନୀ କାହିଁକି ହେଲେ ଆଇଟମ୍‌ ଗର୍ଲ

ରାନୀ ପଣ୍ଡା ଜଣେ ବ୍ରାହ୍ମଣ ଘରର ଝିଅ। ତାଙ୍କ ବାପା ଜଣେ ପଣ୍ଡିତ। ସେ ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଛନ୍ତି।

ସେ କହିଥିଲେ ଯେ, ପାଠପଢ଼ା ଶେଷ ହେବା ପରେ ଯେ କମ୍ପାନିରୁ କମ୍ପାନି ଚାକିରି ପାଇଁ ବୁଲୁଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଚାକିରି ଦେବା ବଦଳରେ ଖରାପ ଦୃଷ୍ଟିରେ ଦେଖୁଥିଲେ।

ପିଲାଟି ଦିନରୁ ରାନୀଙ୍କର ଭୋଜପୁରୀ ଆଇଟମ୍‌ ଡ୍ୟାନ୍ସର ହେଲେନ୍‌ଙ୍କ ଭଳି ଆଇଟମ୍‌ ଡ୍ୟାନ୍ସର ହେବାକୁ ସ୍ୱପ୍ନ ଥିଲା।

ତାଙ୍କ କହିବା କଥା ଯେ, ଜଣେ ଆଇଟମ୍‌ କଳାକାର ସବୁ ପ୍ରକାର ଭୂମିକାରେ ଅଭିନୟ କରିପାରିବ। ଅଙ୍ଗ ପ୍ରଦର୍ଶନ କରିବା ବି ଗୋଟେ କଳା। ସବୁ କଳାକାର ଅଙ୍ଗ ପ୍ରଦର୍ଶନ କରିପାରିବେ ନାହିଁ। ତେବେ ୨୦୨୦ରେ ରାନୀ କ’ଣ ଜଲଓ୍ୱା ଦେଖାଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

The post ୨୦୧୯ରେ ବୋବାଲ କଲେ ରାନୀ ପଣ୍ଡା appeared first on OdishaLIVE.


Viewing all articles
Browse latest Browse all 11715

Trending Articles