Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାରବାଟୀ ଦିନିକିଆରେ ଫ୍ୟାନଙ୍କ ଅଫର୍ –ଗୋଟେ ଛକାକୁ କିଲେ ପିଆଜ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

“ବାରବାଟୀରେ ଯେଉଁ ଭାରତୀୟ ଖେଳାଳି ଛକା ମାରିବେ, ଆମେ ସେମାନଙ୍କୁ ପିଆଜ ଦେବୁ। ପ୍ରତିଟି ଛକା ପାଇଁ ସେମାନଙ୍କୁ ଗୋଟିଏ କିଲୋ ପିଆଜ ମିଳିବ”,କହିଛନ୍ତି କ୍ରିକେଟ୍ ଫ୍ୟାନ୍। ବାରବାଟୀ ମ୍ୟାଚ୍ ଦେଖିବାକୁ ଆସିଥିବା କିଛି ଓଡ଼ିଆ କ୍ରିକେଟ ପ୍ରଶଂସକ ଏଭଳି କହିଛନ୍ତି।

ଦେଶରେ ପିଆଜ ଦର କମ ହେବାକୁ ନାଁ ଧରୁନଥିବାବେଳେ ବାରବାଟୀ ଦିନିକିଆରେ ଟିମକୁ ଉତ୍ସାହିତ କରିବାକୁ  ଏଭଳ କିଛି ଭିନ୍ନ ଉପାୟ ବାଛିଛନ୍ତି କ୍ରିକେଟ୍ ଫ୍ୟାନ। ହାତରେ ପ୍ଲାକ୍ କାର୍ଡ ଧରି ସେମାନେ ଏଭଳି ଘୋଷଣା କରିଛନ୍ତି।

ଏହାସହ ସେମାନେ କହିଛନ୍ତି ଯେ, ଯଦି ଖେଳାଳିମାନେ ତାଙ୍କ ପାଖକୁ ଆସନ୍ତି ତେବେ ସେମାନେ ନିଶ୍ଚୟ ସେମାନଙ୍କୁ ପ୍ରତିଟି ଛକାପ୍ରତି ଗୋଟିଏ କିଲୋ ପିଆଜ ଦେବେ। ଏହାସହ ବାରବାଟୀ ଦିନିକିଆରେ ରୋହିତ ଶର୍ମା ସବୁଠୁ ଅଧିକ ଛକା ମାରିବେ ବୋଲି ଫ୍ୟାନମାନେ କହିଛନ୍ତି।

The post ବାରବାଟୀ ଦିନିକିଆରେ ଫ୍ୟାନଙ୍କ ଅଫର୍ – ଗୋଟେ ଛକାକୁ କିଲେ ପିଆଜ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images